STORYMIRROR

Nirlipta sethi

Romance Classics

3  

Nirlipta sethi

Romance Classics

ଚାହାଣୀ

ଚାହାଣୀ

1 min
211


      


କେବେ ଦେଖିଛ କି 

ସେଇ ସମାନ୍ତରାଳ ଦୁଇ ଭୃଲତା 

ତଳେ ମଉଳି ଯାଇଥିବା 

ସ୍ବପ୍ନପାଖୁଡା ର ଆଖି !!

ଯୋଉଠି ହଜାର ହଜାର ସ୍ବପ୍ନ

ଲୁହରେ ବୁଡେଇ ରଖେ

ତା'ର ମୃତ ଦେହକୁ ବାନ୍ଧି!!


କେବେ ଶୁଣିଛ କି

ସେଇ ଆକତାମାକତା 

ହେଉଥିବା ଇଚ୍ଛା ର ଗରମ ନିଃଶ୍ୱାସ !!

ଯୋଉ ତତଲା ଧୁଆଁ ରେ 

ଖୁବ୍ ହନ୍ତସନ୍ତ ହୁଅନ୍ତି ସେଇ

ଚେନାଏ ଦରମଲା ବିଶ୍ବାସ !!


କେବେ ଛୁଇଁଛ କି 

ସେଇ ଶୁଖିଯାଉଥିବା ଉପରତଳ

ମରୁଭୂମିର ଫଟା ଗୋଲାପୀ ଓଠ !!

ଯୋଉଠି ଛଳନା ଆତ୍ମହତ୍ୟା 

କରି ପୁଣିଥରେ ଜନ୍ମନିଏ 

ନୂଆ ଏକ ପ୍ରେମର ତୁଠ !


କେବେ ମାପିଛ କି 

ସେଇ ହସ ହସ ଡାଇ ବୋଳା ମୁଖର

ବହଳେ ଲୁଚିଥିବା ଦୁଃଖର ଚାହାଣୀ !!

ଯୋଉଠି ନିତି ନିତି ଛପିଯାଏ

ତା'ର ସବୁ ଅକୁହା ଓ

ଅଦେଖା ହଜାରେ କାହାଣୀ !!


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance