STORYMIRROR

Pradipta Kumar Sahoo

Others

4  

Pradipta Kumar Sahoo

Others

ଜଗନ୍ନାଥାୟ

ଜଗନ୍ନାଥାୟ

1 min
5

କାହିଁକି କରିବି ଗୁହାରି କହରେ

ମୋ ଦୁଃଖତ ତୋତେ ଅଜଣା ନାହିଁ 

ଦୁଃଖହାରୀ ତୋତେ ଦୁଃଖୀଜନ ବନ୍ଧୁ 

ମିଛରେ ଯଗତ କହେରେ କାହିଁ  

କାହିଁକି କରିବି ଗୁହାରି କହରେ .....।


ଏ ଭବ ସଂସାର ଲାଗୁଛି ଅସାର 

ଭାରୀ ହୋଇଯାଏ ଜୀବନର ଭାର

ମୋ ଆଖିରେ ଦେଇ ଲୁହର ସାଗର

ସତେ ତୁ କେମିତି ପାରୁଛୁ ରହି

କାହିଁକି କରିବି ଗୁହାରି କହରେ ।


ଏ ଜୀବନ ଖେଳ ଛାଇ ଆଲୁଅର

କେହି ନୁହେଁ ପର କେହି ଆପଣାର 

ଚାରିପାଖେ ଘେରି ଏ ଅମା ଅନ୍ଧାର 

ବଞ୍ଚିତ କଲୁ ଆଲୋକ ପାଇଁ 

କାହିଁକି କରିବି ଗୁହାରି କହରେ ।


ମୁଁ ଜାଣିଛି ତୋତେ ଅଛି ଏ ଖବର

ମୋ କରମ ଲେଖା, ମୋ ଯିବାର ବେଳ

ନମିଳୁରେ ବାଟ ଆଉ ଫେରିବାର

ରହିବି ଚରଣେ ଅଣୁଟିଏ ହୋଇ

କାହିଁକି କରିବି ଗୁହାରି କହରେ  ।



Rate this content
Log in