STORYMIRROR

Pradipta Kumar Sahoo

Others

3  

Pradipta Kumar Sahoo

Others

ବୋଉ

ବୋଉ

1 min
6


ବୋଉ!

ଆଜିକାଲି ଏ ଶବ୍ଦର ଅନେକ ଅଭାବ

ତୁ ଗଲାପରେ।

ମନେନାହିଁ ପଛଥର କେବେ ଡାକିଥିଲି 

'ବୋଉ' ବୋଲି,

ହେଲେ ପ୍ରତିଥର ମୋ ମନରେ ଉଙ୍କିମାରେ, 

ପରିପ୍ରକାଶ ହୁଏ ଦିଟୋପା ଲୁହରେ,

ଆଖିଯେବେ ଲାଖିଯାଏ ତୋ 

ଛବି ଉପରେ।

ଆଜିକାଲି ଏ ଶବ୍ଦର ଅନେକ ଅଭାବ

ତୁ ଗଲାପରେ।


ବୋଉ!

ଜଣାନାହିଁ ଏ ସମ୍ବୋଧନର ପରିଭାଷା;

ଏକ ଐଶ୍ବରିକ ବନ୍ଧନ ବା ଐହିକ ଅଭିଳାଷା।

ହେଲେ ଏ ଶବ୍ଦରେ ଯୋଡା

ସାରା ଜୀବନର ଏକ ଆଶ୍ଳିଷ୍ଠ ଭରସା।

ମୁଁ ସମାବୃତ, ସମାବିଷ୍ଠ ସେ ମମତାରେ

ଆଜିକାଲି ଯାହା ଅନେକ ଅଭାବ

ତୁ ଗଲାପରେ।


ବୋଉ!

ଜଣାନାହିଁ ଏ ଉଚ୍ଚାରଣର ମଧୁରତା

ଛୁଇଁଯାଏ ହୃଦୟକୁ ଅବ୍ଯକ୍ତସେ ଗଭୀରତା।

ଓଁକାରଠୁ ପବିତ୍ରସେ ଆକାଶଠୁ ଅନାବିଳ।

କ୍ଳାନ୍ତ ମୁଁ, ଅବସ ମୁଁ, ପଥଭ୍ରଷ୍ଟ

ଥକାନେବାକୁ ତୋ ସ୍ନେହ, ମମତା 

ଓ କରୁଣା ସିକ୍ତ ପଣତ ଛାଇରେ।

ଆଜିକାଲି ଯାହା ଅନେକ ଅଭାବ

ତୁ ଗଲାପରେ।


    


Rate this content
Log in