ଆହା କି ସୁନ୍ଦର
ଆହା କି ସୁନ୍ଦର
ଆହା କି ସୁନ୍ଦର ସୁନାବେଶେ ମୋର
ମଣିମା କଳାଠାକୁର
ଜଗତର ନାଥ ମୋ କଳା ବାମନ
ମହାରାଜ ରାଜେଶ୍ୱର ।
ଶୁକ୍ଳ ଏକାଦଶୀ ପବିତ୍ର ବାହୁଡା
ସିଂହ ଦ୍ୱାରେ ତିନିରତ
ଲଭନ୍ତି ଦର୍ଶନ ବଡ଼ ତଡାଉର
ସମସ୍ତ ଶ୍ରଦ୍ଧାଳୁ ଭକ୍ତ ।
କିରୀଟ କୁଣ୍ଡଳ ଭୂଜ ଶ୍ରୀ ପୟର
ବାହାଡା ଘାଘଡା ମାଳୀ
ତିଳକ ଚନ୍ଦ୍ରିକା ଚନ୍ଦ୍ର ସୂର୍ଯ୍ୟ ଚିତା
ଭିଡି ପଟି ଆଡକାନୀ ।
ପ୍ରଭୁଙ୍କ ଶ୍ରୀ ଅଙ୍ଗ ଦିଶେ ସ୍ୱର୍ଣ୍ଣମୟ
ଲାଗି ନାନା ଅଳଙ୍କାର
ସେବନ୍ତି ତଳିଚ୍ଛ ଅବା ଭିତରଚ୍ଛୁ
ପୁଷ୍ପାଳକ ମହାପାତ୍ର ।
ବଡ଼ଦାଣ୍ଡେ ଦିବ୍ୟ ସୁଲଭ ଦର୍ଶନ
ସାର୍ଥକ କରେ ଜୀବନ
ହରେ ପାପତାପ ଦୁଃଖ କଷ୍ଟ କ୍ଳେଶ
ଉଦ୍ଧରେ ପତିତ ଜନ ।
