ସ୍ବାର୍ଥାନ୍ଧ ମାନବ
ସ୍ବାର୍ଥାନ୍ଧ ମାନବ
ସେ ଯୁଗ ସୂର୍ଯ୍ୟ
ଏ ଯୁଗରେ ଅଛି
ପୃଥିବୀ ଘୁରୁଛି ବଳୟେ ତାର
ସେ ଯୁଗରୁ ଆଜିଯାଏ
ସେମିତି ହେଉଛି ଦିନରାତି
ପୃଥିବୀ ଚଉଦିଗେ ଘୁରୁଛି ଚନ୍ଦ୍ର
ଯୁଗ ଆରମ୍ଭରୁ ଏ ଯୁଗଯାଏ
ସୂର୍ଯ୍ୟ ଦର୍ଶନରେ ଫୁଟୁଛି କମଳ
ଫୁଟୁଛି କଇଁ ଚନ୍ଦ୍ରକୁ ଦେଖି
କିଛି ବଦଳିନି ସେ ଯୁଗ ଚଳଣୀ
ଅବିକଳ ଅଛି ଏ ଯୁଗରେ
ଏ ଯୁଗରେ ଯଦି ବଦଳିଛି କିଛି
କେବଳ ସ୍ବାର୍ଥାନ୍ଧ ମାନବ ଜାତି ।
