ବୋଉ
ବୋଉ
ବିତିଯାଉ ବରଂ ବୟସ
ନଇଁ ଯାଉ ପଛେ ଅଣ୍ଟା
ଆଖିକୁ ପରଳ ମାଡିବସିଲେ ବି
ତିଳେହେଲେ ଯାହାର ମମତାକମେନି
ସେ ମମତାମୟୀ ବୋଉ ।
ଯାହାର ସ୍ନେହରେ କାଣିଚାଏ ବି
ପାତର ଅନ୍ତର ଭାବ ନଥାଏ
ସୁନ୍ଦର ଅସୁନ୍ଦରର ଫରକ ନଥାଏ
ନିଜ ସନ୍ତାନକୁ ସର୍ବ ସୁନ୍ଦର ଭାବେ
ସେ ସ୍ନେହମୟୀ ବୋଉ ।
ସନ୍ତାନଙ୍କ ମୁହଁରେ ହସଦେଖିବା ପାଇଁ
ନିଜ ହସକୁ ଜଳାଞଳିଦେଇ
ନିଜ ପେଟରେ ଓଦାକନା ରଖି
ଶ୍ରଦ୍ଧାର ସହିତ ସନ୍ତାନ ମୁହଁରେ ଆହାର ଦିଏ
ସେ କରୁଣାମୟୀ ବୋଉ ।
ସନ୍ତାନମାନଙ୍କୁ ସୁସ୍ଥ ରଖିବାକୁ ଅଗସ୍ତିପରି
ଯେ ସନ୍ତାନର ସମସ୍ତ ଦୁଃଖକୁ
ଆକଣ୍ଠ ପାନ କରିପାରେ
ସେ ହେଉଛି ଆଦରଣୀୟା
ଚିର ନମସ୍ୟା ବୋଉ ।
