STORYMIRROR

Subash Chandra Das

Tragedy Crime

3  

Subash Chandra Das

Tragedy Crime

ଏସିଡ ମାଡ

ଏସିଡ ମାଡ

1 min
145

       

 ଏକ ଘୃଣ୍ୟ ମାନସିକତାର ପ୍ରତିଫଳନ

 ଏକ ଜଘନ୍ୟ ଅପରାଧ             

ଛାତି ଫୁଲାଇ ଚାଲୁଥିବା ନରପିଶାଚଙ୍କର

 ଗିଧ ଦୃଷ୍ଟିର ଶରବ୍ୟ ହୁଅନ୍ତି

 ଅତୀତ,ବର୍ତ୍ତମାନ ଓ ଭବିଷ୍ୟତଙ୍କର ମାଆ

 ଆହାଃ,ଉହୁଃ ଜ୍ଜ୍ବଳନର ପୀଡା

 କଂଚା ମାଂସ ପୋଡିଯିବାର ଗନ୍ଧ

 ମିଳେଇ ଯାଏ ମାଂସ

 ଦୃଶ୍ୟ ହୁଏ କେବଳ ହାଡ

 କାଲିର ଅପରୂପା ଆନିନ୍ଦ୍ୟ ସୁନ୍ଦରୀ

 ଆଜି କଦର୍ଯ୍ୟ କଦାକାର

 କୁରୂପକୁ ନେଇ ବଂଚି ରହିବାର 

 ପ୍ରବଳ ଚେଷ୍ଟା

 ଜୀବନବ୍ୟାପୀ ମାନସିକ ଯନ୍ତ୍ରଣା

 ଅବ୍ୟକ୍ତ, ଅକଥନୀୟ

 ପ୍ରତି ମୁହୂର୍ତ୍ତ ମରି ଜିଇଁବାର ପ୍ରୟାସ

 ଭାଙ୍ଗିଯାଏ ମନୋବଳ

 ଲିଭିଯାଏ ଆତ୍ମବିଶ୍ବାସ

 ଅଦିନରେ ଝରିପଡେ

 ଠିକ୍ ଗଙ୍ଗଶିଉଳି ପରି

ଜଣେ ନିରିହା ମାଆ

 ଏ ହେଉଛି ସଭ୍ୟସମାଜର

 ମାନବିକତାର ସାମାନ୍ୟ କଥନ ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy