STORYMIRROR

jyotsna mayee panda

Abstract Action

4  

jyotsna mayee panda

Abstract Action

ମରୀଚିକା...

ମରୀଚିକା...

1 min
612

ଭଲ ଲାଗୁନି ଏ ଚିକ୍ ମିକ୍ ଦୁନିଆଁ ର

ସେ କୃତ୍ରିମ ହସ

ଯାହା ସେଲ୍ଫି ରେ ସୁନ୍ଦର ଲାଗେ

ଭଲ ଲାଗୁନି ଆଉ ସେ

ଲୋକ ଦେଖାଣିଆ ଭଲପାଇବା

ଯାହା ଖାଲି ଫେସବୁକ ର

ଲାଇକ ରେ ମିଳେ...ll

ସତେ ଯେମିତି ଦୁନିଆଁ ଟା

ବସ୍ତୁବାଦୀ ହୋଇ ପଡିଛି

ସବୁ ସମ୍ପର୍କ ର ନିହ

ଧୀରେ ଧୀରେ ଦୁର୍ବଳ ହୋଇ ଯାଉଛି ll

ମଣିଷ ପଣିଆ ଏବେ ହଜି ଯାଉଛି

ସେଇ ସମୟ ସୁଅ ରେ...

ସବୁ ସମ୍ପର୍କ ଯେମିତି ଆଜି.

ମୂଲ୍ୟହୀନ ହୋଇ ଯାଇଛି

ଦୁନିଆଁ ର ସେଇ କୋଳାହଳ ଭିତରେ

ଭିଡ଼ ଭିତରେ ବି ଏକାକୀତ୍ୱ ଭାବନା ଟା

ବେଳେବେଳେ ଆନମନା କରିଦେଉଛି...ll

ପୁଣି ଥରେ ଇଚ୍ଛା ହେଉଛି ଫେରିଯିବାକୁ

ସେ ହଜିଯାଇଥିବା ଅତୀତ କୁ

ପୁଣି ଥରେ ଇଚ୍ଛା ହେଉଛି ଥରେ

ମନ ଖୋଲି ହସିବାକୁ

ଥରେ ମନଭରି କାନ୍ଦିବା କୁ

ଥରେ ମନଖୋଲି ଜିଇଁବାକୁ

ଥରେ ମନ ଖୋଲି ଭାବିବାକୁ

ହେଲେ ସମୟ କେବେ ଅନୁମତି ଦିଏନି

ସେ ସବୁ ଆଉ ଥରେ ଘଟିବାକୁ

ଦୁନିଆ ରେ ବଂଚିବା କୁ ହୁଏ ଖାଲି

ମିଛ ମରୀଚିକା ର ସପ୍ନ ନେଇ

ବଂଚିବା କୁ ହୁଏ ପୁଣି ସବୁ ଦିନ

ଛାତି ତଳେ ସବୁ କୋହ କୁ ଚାପି ଦେଇ

ଓଠ ରେ ଏକ ମିଛ ହସ ର ସାହାରା ନେଇ

ମରି ମରି ଜିଇଁବାକୁ ହୁଏ

ଦୁନିଆଁ ର କେଇଟା ମିଛ ସମ୍ପର୍କ ପାଇଁ...ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract