ପ୍ରେମର ଅବିର
ପ୍ରେମର ଅବିର
ପ୍ରେମ ଏକ ଅନୁଭବ, ଜଣେ ଅନ୍ୟ ଜଣଙ୍କ
ହୃଦୟର ତାରକୁ ଟାଣିନିଏ
ଜଣଂକ ହୃଦୟ ଅନ୍ୟ ଜଣ ପାଇଁ ଆକୁଳତାର
ସପନ ଝୁଲାରେ ଝୁଲିଯାଏ |
ପ୍ରେମ ନୁହେଁ ମିଛ ମରୀଚିକା, ସେ ଜୀବନ
ସଙ୍ଗୀତର ମୂର୍ଚ୍ଛନା
ଦୁଇଟି ମନକୁ ବାନ୍ଧେ ଏକ ଡୋରେ, ପ୍ରେମିକା
ପ୍ରେମିକର କଳ୍ପନା |
ପ୍ରେମିକା ଆସିଥିଲା ଏହି ସଂସାରକୁ ଫୁଲଟିଏ
ହୋଇ ସ୍ୱାଧୀନ ଭାବେ ରହିବା ପାଇଁ,
ଲୋଡୁଥିଲା ସ୍ନେହ ପ୍ରେମ, ପ୍ରେମିକର କୋମଳ
ଛୁଅାଁରେ ତା ହୃଦୟ ନେଲା ଚୋରାଇ |
ଦୁନିଆରେ ସୁଖ ସାଥେ ଦୁଃଖ ଲାଗି ରହିଛି
ସବୁ କିଛି ଘଟି ଚାଲେ,
ଆକୁଳ ବ୍ୟାକୁଳ, ଅନ୍ଧାର ଆଲୁଅ ପରି ପାଶେ
ରହି ଲୁଚକାଳି ଖେଳେ ।
ଜୀବନେ କେତେ ଫଗୁଣ ଆସିବ ଫଲ୍ଗୁ ସାଥେ
ନେଇ ରଙ୍ଗେଇବ ତନୁ ମନ,
ସେନେହ, ସରାଗ, ଶରଧା, ଓ ପୀରତି ରୂପକ
ଅବିରେ ହୋଇବ ତ ପୂର୍ଣ୍ଣ |
ପ୍ରେମର ସମ୍ପର୍କ "ରଙ୍ଗ " ଭରିଦିଏ, ଜାତି, ଧର୍ମ,
ବର୍ଣ୍ଣ ସବୁକୁ ପଛରେ ପକାଇ
ପ୍ରତୀକ ସେ ସ୍ନେହ, ମୈତ୍ରୀର କେତେ କେତେ ଯେ
ସବୁ ମଧୁ ଗୀତିକା ଗାଇ, |
ସପ୍ତରଙ୍ଗ ନେଇ ଆସେ କେତେ ଫଗୁଣ, ସାଥେ
ଧରି ପ୍ରେମ ସମ୍ଭାର,
ସମୟ ଆସିଲେ, ରାଧା କୃଷ୍ଣ ଭଳି ସେହି ରଙ୍ଗ
ସାମନା କରେ ପ୍ରତୀକ୍ଷାର |
ପ୍ରେମଧାରା, କ୍ଷଣପ୍ରଭା କ୍ଷଣେ ଦେଖାଇ ଆଲୋକ
ପୁଲକ ଆଣଇ ମନେ,
ସମୟ ଆସିଲେ ଘଡଘଡି ଆସେ ଦୁନ୍ଦୁଭି ବଜାଇ
ଆତଙ୍କ ଜଗାଏ ପ୍ରାଣେ |

