STORYMIRROR

Lopamudra Parida

Action Inspirational

4  

Lopamudra Parida

Action Inspirational

ସଂଧ୍ୟା

ସଂଧ୍ୟା

1 min
482

ସଂଧ୍ୟା ର ଆଗମନେ

ପକ୍ଷୀ ବି ନୀଡଫେରା ହୁଏ ।

ଶୁଅନ୍ତି ପାଦପ ମାନେ

ତାଙ୍କୁ ଛୁଇଁବାକୁ ମନା ଥାଏ ।

ସଂଧ୍ୟା ର ଆଗମନେ

ଦୀପ ଦୀପାଳି ଜଳେ,

ଶଙ୍ଖ ର ସୁରେ ଘଣ୍ଟ ଘଣ୍ଟା

ଉଜ୍ବଳ ମନ୍ଦିର କୋଳେ

ଆଳତୀର ତାଳେ ତାଳେ ।

ସଂଜ ନୋଇଲେ

ବିକ୍ରି ହୁଏ ଦେହ ଦେହାଳୀ

ସହର ଶେଷ ଗଳିର

ଦୁକ୍ ଦୁକ୍ ଜଳୁଥିବା

ଲ୍ଯାମ୍ପପୋଷ୍ଟ ତଳେ

କାଲି ଠୁ.....

ବଳିଥିବା କଙ୍କାଳରୁ ଫାଳେ ।

ମଥାରେ ଟିଣିଆ ଫୁଲ,

ହାତରେ ଗାଈଜଗା ଠେଙ୍ଗା ଖଣ୍ଡେ ଧରି 

ପାଦରେ ଦିନଯାକର ଫୁଟୁଥିବା କଣ୍ଟା ଆଉ

ଲଣ୍ଠନ ତଳ ଶୁଖିଲା ଅପେକ୍ଷା ର ଆଖି

ସହ ପଟେ ରୁଟିରେ ଭାଗବଣ୍ଟା,

ଚାଲୁଥାଏ ଅନନ୍ତ ବାଟ

ସଂଜକୁ ମେଖଳା କରି ।

ସଂଧ୍ୟା ର ଆଗମନେ ........ll


Rate this content
Log in

Similar oriya poem from Action