କୋହ ଭରା ହୃଦୟରେ ଜନ୍ମଭୂମି ପଚାରେ
କୋହ ଭରା ହୃଦୟରେ ଜନ୍ମଭୂମି ପଚାରେ
କୋହ ଭରା ହୃଦୟରେ
ନୀରବତା କୋଳେ
ରୋଦନ ସ୍ବରେ
ଜନ୍ମ ଭୂମି ପଚାରେ
କହ ରେ କହ ରେ
ଭୁଲ୍ କାହାର ।
ଭୁଲିବି କିପରି ତା ବଳିଦାନ
ଦେଇଛି ମୋ ପାଇଁ ଯେ ଜୀବନ
କି ଦେବି ତାକୁ ଉତ୍ତର
ଯେ ଜନନୀ ଆଜି ଶୂନ୍ଯ କୋଳ
କି ବୁଝାଇବି ତାକୁ ଯାଇ
ଯେ ବସିଛି ତା ହୃଦୟ ବାଟ ଚାହିଁ ।
କୋହ ଭରା ହୃଦୟରେ
ନୀରବତା କୋଳେ
ରୋଦନ ସ୍ବରେ
ଜନ୍ମ ଭୂମି ପଚାରେ
କହ ରେ କହ ରେ
ଭୁଲ୍ କାହାର ।
କିପରି ଗଢିଦେବି
ଭାଙ୍ଗିଯାଇଥିବା ଘର
କେଉଁଠୁ ଆଣିଦେବି
ଭୋକିଲା ପେଟର ଆହାର
ହସ ତ ବହୁ ଦୂରେ
କହ ରେ କହ ରେ
କେମିତି ଝରିବ ତା ଆଖିରୁ ଲୁହ
ହଜିଯାଇଛି ଯା ହୃଦ ରୁ କୋହ
ଦୁର୍ଭିକ୍ଷ ମହାମାରୀ
ପାରିବି କି ଦୂର କରି ।
କୋହ ଭରା ହୃଦୟରେ
ନୀରବତା କୋଳେ
ରୋଦନ ସ୍ବରେ
ଜନ୍ମ ଭୂମି ପଚାରେ
କହ ରେ କହ ରେ
ଭୁଲ୍ କାହାର ।
କାହିଁ ତୋ ଗଣତନ୍ତ୍ର
କାହିଁ ତୋ ବିକାଶର ମନ୍ତ୍ର
ତୋ ଉନ୍ନତ ଜ୍ଞାନ କୌଶଳ
କାରଣ ମୋ ଶୂନ୍ଯ କୋଳ
ତୋ ବିକଶିତ ବିକାଶୋନ୍ମୁଖୀ ରାଷ୍ଟ୍ର
ବିଧ୍ବସ୍ତ ର ମୂଳ ଅସ୍ତ୍ର ।
କୋହ ଭରା ହୃଦୟରେ
ନୀରବତା କୋଳେ
ରୋଦନ ସ୍ବରେ
ଜନ୍ମ ଭୂମି ପଚାରେ
କହ ରେ କହ ରେ
ଭୁଲ୍ କାହାର ।
ବଦଳିନି କିଛି
ସତ୍ତା ର ଲୋଭ ଆଜି ବି ଅଛି
ବଦଳିଛି ଯାହା ନାମ
ସତ୍ତା ଲୋଭ କଟ୍ଟର଼ ଦେଶ ପ୍ରେମ
କୋହ ଭରା ହୃଦୟରେ
ନୀରବତା କୋଳେ
ରୋଦନ ସ୍ବରେ
ଜନ୍ମ ଭୂମି ପଚାରେ
କହ ରେ କହ ରେ
ଭୁଲ୍ କାହାର ।
