STORYMIRROR

Ajit Kumar Raut

Action

4  

Ajit Kumar Raut

Action

ନୂଆ ଇତିହାସ ଲେଖେ ଭାରତ

ନୂଆ ଇତିହାସ ଲେଖେ ଭାରତ

1 min
395

ରାଷ୍ଟ୍ରେ ସମଭାବ ମନ୍ତ୍ର ଗୁଞ୍ଜୁଅଛି

  ହୁଏ ଜାତିପ୍ରଥା ଦୂର,

ନିସ୍ବାର୍ଥର ସେବା ଦେଶେ ଆବିର୍ଭାବ

  ହୁଏ ସ୍ବାର୍ଥଭାବ ଦୂର।


ସତ୍ତା ମନବାଞ୍ଛା ଜନ ସେବା ପାଇଁ

  ହୁଏ ଜନସେବା ନିତ୍ୟେ,

ଜନତାଙ୍କ ପାଇଁ ଦିନରାତ୍ର କାର୍ଯ୍ୟ

  ହୁଏ ଜପମାଳି ନିତ୍ୟେ।


ସେବା ଜନତାଙ୍କ ରଖେ ତା କର୍ତ୍ତବ୍ୟ

  ଉନ୍ନତି ହେଉ ତାଙ୍କର,

କର୍ମ କରୁଥାଏ ଜୀବନ ଯାତ୍ରାରେ

  ହେଉ ପ୍ରଗତି ଦେଶର।


ଜାତିବାଦ ନାହିଁ ଦୃଷ୍ଟିରେ ତାହାର

  ସମସ୍ତେ ପ୍ରଭୁ ସନ୍ତାନ,

ସ୍ତ୍ରୀ ଓ ପୁରୁଷ ହିଁ ଦୁଇ ଜାତି ଭବେ

  ଅଛିହିଁ ଶାସ୍ତ୍ରେ ବର୍ଣ୍ଣନ।


ମନ୍ତ୍ର ସେହୁ ଧରି ଦେଶର ପ୍ରଧାନ

  ତାଙ୍କ କାର୍ଯ୍ୟ ଦିନରାତ୍ର,

ଯୋଜନାର ପ୍ରାପ୍ତି ଜନତାଙ୍କୁ ମିଳୁ

  କଲେ ଡିଜିଟାଲ ମନ୍ତ୍ର।


ମୋଦୀ ଯୋଗୀ ରାବ୍ ଗୁଞ୍ଜୁଛି ରାଷ୍ଟ୍ରରେ

  ସ୍ବାର୍ଥ ନାହିଁ ତାଙ୍କ ତିଳେ,

ଆଣିଲେ ସମାଜେ ସେବାର ଚେତନା

  ନାହିଁ ଜାତିଭେଦ କଳେ।


ସର୍ବୋଚ୍ଚ ଆସାନେ ବସାନ୍ତି ତାହାଙ୍କୁ

 ବିଜୟ ହିଁ ସବୁ କ୍ଷେତ୍ରେ,

ନିଜ ସ୍ବାର୍ଥ ପାଇଁ ରାଜନୀତି ଯାର

 ପରାସ୍ତ ହିଁ ସବୁ କ୍ଷେତ୍ରେ।


ଜାତି ଜାତି ରାବ୍ କରେ ଯେଉଁ ଦଳ

  ରାଷ୍ଟ୍ର ଭକ୍ତି ନାହିଁ ଦିନେ,

ଦେଶ ପରାକ୍ରମେ ପ୍ରଶ୍ନ କରୁଥାଏ

  ଦୂର କରିଦେଲେ ଜନେ।


ଦେଶର ସଂସ୍କୃତି ନକରେ ଆଦର

  ନାହିଁ ରାମ ଭକ୍ତି ଦିନେ,

ନିଜ ସ୍ବାର୍ଥ ପାଇଁ କରେ ଆଲୋଚନା

  ପ୍ରଭୁ ଭକ୍ତି ନାହିଁ ଦିନେ।


ଏପରି ଦଳକୁ ଚିହ୍ନିଲେଣି ଜନେ

  ନାହିଁ ସମର୍ଥନ ତାଙ୍କ,

ପରାସ୍ତ ହୁଅନ୍ତି ସବୁ କ୍ଷେତ୍ରେ ଆଜି

 ନାହିହିଁ ଆଦର ତାଙ୍କ।


ମୋଦୀ ବଳୁ ଆଜି ଆତ୍ମନିର୍ଭରଟି

  ଆତ୍ମବିଶ୍ୱାସରେ ପୂର୍ଣ୍ଣ,

ବିଶ୍ବ ନେତା ପରି ସମ୍ମାନ ତାଙ୍କର

  ରାଷ୍ଟ୍ର ଆଜି ଲକ୍ଷ୍ମୀପୂର୍ଣ୍ଣ।


ରାମରାଜ୍ୟ ପରି ଶାସନ ଯାହାର

  ନାହିଁ ଭେଦଭାବ କିଛି,

ଗ୍ରାମୀଣ ଭାରତ ଉନ୍ନତିର ପଥେ

  ଚିନ୍ତା ନାହିଁ ଜନେ କିଛି।


ନୂଆ ଭାରତର ନୂଆ କଳେବର

 କରୁଛନ୍ତି ମୋଦୀ ଯୋଗୀ,

ଈଶ୍ବରୀୟ ଶକ୍ତି ଆବିର୍ଭାବ ରାଷ୍ଟ୍ରେ 

 ଗୁଞ୍ଜୁ ଅଛି ମୋଦୀ ଯୋଗୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action