STORYMIRROR

PURNA CHANDRA PANDA Purna

Action Classics Others

4  

PURNA CHANDRA PANDA Purna

Action Classics Others

ମୂଢ଼ ଭାବନା

ମୂଢ଼ ଭାବନା

1 min
206


ମାୟା ସଂସାରର କିବା ବେଭାର l ଜାଣିବା ପାଇଁ ମୋ ମନ ତତ୍ପର ll

ପ୍ରାଣୀର ଜନମର ଭାବ l କିପରି ହୁଅଇ ସମ୍ଭବ ll

କିଏତ ଜଣେ ଅଛି ଶୂନ୍ୟେ l ଗଢ଼ଇ ବସି ଦିନୁ ଦିନେ ll

ଯେଉଁଠି କିଏ ଅବା ଅଛି l ମୂଢ଼ ଚୈତନ୍ୟ ନଚିହ୍ନିଛି ll

କେମନ୍ତେ ପାଇବି ଦର୍ଶନ l ସର୍ବଦା ଭାଳେ ଅଜ୍ଞ ମନ ll

ପାପପଙ୍କରେ ଘାଣ୍ଟି ହୋଇ l ଅବନା କେଭେ ନଭଜଇ ll

କିପରି ପାଇବି ମୁକତି l ସେଲାଗି ନାହିଁ ମୋ ଶକତି ll

ଜନ୍ମରୁ ମୃତ୍ୟୁ ଜରା ବ୍ୟାଧି l ଜୀବନ କାଳେ ଏପ୍ରସିଦ୍ଧି ll

ଦୁଃଖ ଯାତନା ଅଟେ ସାର l କରିବ କିଏ ପ୍ରତିକାର l

କେହିବି ନାହିଁ ଭୂମଣ୍ଡଳେ l ଏକଇ ଅଛି ଏଶୟଳେ ll

ନାହିଁ ତା'ଆଦି ଅନ୍ତ ଜାଣ l ସକଳ ଘଟେ ବିଦ୍ୟମାନ ll

ନପାଇ ତାହାର ସନ୍ଧାନ l ଶୋକେ କ୍ଳେଶରେ ମ୍ରିୟମାଣ ll

ମୁଁ କିଏ କାହୁଁବା ଅଇଲି l ସେ'ତତ୍ତ୍ୱ ବୁଝି ନପାରିଲି ll

ଜୀବଜଗତେ ଏହି ସତ୍ୟ l କାହାଠୁ ବୁଝିବି ସତତ ll

ଯତନା ମୋହେ ଛନ୍ଦି ହୋଇ l ଆଉ ମୁଁ ଉଠି ନପାରଇ ll

କେଉଁଠୁ କିପରି କାହାଠୁ l ରହସ୍ୟ ଭେଦିବି ଏଇଠୁ ll

            

      କ୍ରମଶଃ.........


Rate this content
Log in

Similar oriya poem from Action