STORYMIRROR

Kabiratna Nutan Kumar Behera

Action Inspirational

4  

Kabiratna Nutan Kumar Behera

Action Inspirational

ସମୟ ବଡ଼ ବଳବାନ

ସମୟ ବଡ଼ ବଳବାନ

1 min
829

ସମୟ ବଡ଼ ବଳବାନ

ଯଦିଓ ତା ପାଖରେ ସଭିଏଁ ସମାନ

ସମସ୍ତେ ହୋଇଥାନ୍ତି ତାର ଅଧିନ,

ସଠିକ ବିନିଯୋଗେ ବଡ଼ରୁ ସାନ

ଗଢ଼ିଥାନ୍ତି ନିଜ ନିଜର ଜୀବନ।


ସମୟ ଆଣି ଦିଏ ସୁବିଧା ସୁଯୋଗ

ତାକୁ କରିବାକୁ ହୁଏ ଉପଯୋଗ,

ହୃଦୟରେ ଥିଲେ ଅନୁରାଗ

ଅନୁସରଣରେ ଆସେ ସୌଭାଗ୍ୟ

ପାର୍ଥିବ ସୁଖ କରିବାକୁ ଉପଭୋଗ।


ପ୍ରତି ମୁହୂର୍ତ୍ତ ଅଟଇ ମୂଲ୍ୟବାନ

ଅନନ୍ୟ ତାର ଅବଦାନ,

କରେ ଯିଏ ତାକୁ ପ୍ରତ୍ୟାଖ୍ୟାନ

ପୂରଣ ହୁଏ ନାହିଁ ତାର ସପନ।


ସମୟ ବଡ଼ ବଳବାନ

ତା' କଣ୍ଟାର ଶବଦ ଟିକ୍ ଟିକ୍

କହୁଥାଏ ପାଦ ମିଳାଇ ଚାଲ ଠିକ୍ ଠିକ୍,

ସାଇତି ସଜାଇ ରଖ ଟିକ୍ ନିଖ୍

ରଙ୍ଗରେ ଜୀବନ କରିବ ଚିକ୍ ଚିକ୍।


ଆଳସ୍ୟତାରେ କଲେ ଅବହେଳା

ଭବ ସାଗରରେ ବୁଡ଼ିଯାଏ ଭେଳା,

ସଂସାରରେ ଲାଗିଛି ଲୀଳା

ଯଶ କୀର୍ତ୍ତି ଅରଜିଲେ ମିଳେ ଫୁଲମାଳା।


ସମୟ ବଡ଼ ବଳବାନ

କର୍ମ କରି ଦେବାକୁ ହୁଏ ତା' ପ୍ରତିଦାନ,

ସଫଳତା ପରେ ସଫଳତା କରି ଅର୍ଜନ

ଏ ସଂସାରରେ ହୁଏ ସେ ଅଗ୍ରଗଣ୍ୟ।


ବୁଝି ବିଚାରି ସମୟର ଆହ୍ବାନ

ସଂଗ୍ରାମେ ରତ ରହେ ଯେଉଁ ଜନ,

ପ୍ରତିଭାର ବିକାଶ କରି ଲଭେ ସମ୍ମାନ

ସାର୍ଥକ ହୁଏ ତାର ମାନବ ଜୀବନ।

ସମୟ ବଡ଼ ବଳବାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action