STORYMIRROR

Chittaranjan Nanda

Action Classics Inspirational

4  

Chittaranjan Nanda

Action Classics Inspirational

ସାଜିବାକୁ ହେବ ପରିବେଶ ରକ୍ଷକ

ସାଜିବାକୁ ହେବ ପରିବେଶ ରକ୍ଷକ

1 min
555


ପ୍ରକୃତି ଦ୍ୱାରା କେଡ଼େ ଯତନରେ ଗଢ଼ା 

ହୋଇଛି ଏ ସୁନ୍ଦର ସଂସାର 

ସବୁଜିମା ଭରା ଚାରୁ ପରିବେଶ ପ୍ରାଣୀ 

ଜଗତ ପାଇଁ ଶ୍ରେଷ୍ଠ ଉପହାର । 


ପରିବେଶ ଭଲ ରହିଲେ, ମନ ଆନନ୍ଦରେ 

କଟେ, କଷଣ ନଥାଇ ଘନଘନ

ପ୍ରାଣୀ ଜଗତ ଓ ପରିବେଶ ଦୁଇ ଆପେକ୍ଷିକ 

ସମ୍ପର୍କ, ବୁଝିବାଟା ନୁହେଁ ଗହନ ।


ଭାରତ ଆମର ଗ୍ରାମ ବହୁଳ ଦେଶ, ଏହାର

ପରିବେଶ ଲାଗେ ଅତି ମଧୁର 

ଜଙ୍ଗଲ, ଶସ୍ୟ ଶ୍ୟାମଳା ପରିପୂର୍ଣ୍ଣ ଗାଁର 

ପରିବେଶ ହୁଏ ବେଶ୍ ମନମୁଗ୍ଧକର ।


ଜଂଗଲ ଥିଲା ପରିବେଶ ସ୍ୱସ୍ଥ ଥିଲା ଚଳୁ

ଥିଲେ ଆମେ ଆନନ୍ଦ ବିଭୋରେ

ମଧୁସ୍ନାତା ଗିରି ମାଳାଙ୍କୁ ଦେଖି ହସ ଫୁଟି 

ଉଠୁଥିଲା ସମଗ୍ର ଜୀବ ଜଗତରେ ।


ଜଙ୍ଗଲ, ବଣ, ପାହାଡ, ପର୍ବତ, ନଦ ନଦୀ 

ଓ ଝରଣା ଘେରା ହୋଇଥିଲେ ଚତୁପାର୍ଶ୍ୱରେ

ଚଢେଇ ଓ କୋଇଲି ମାନଙ୍କର ସ୍ୱର, ଆନନ୍ଦ 

ଆଣି ଦିଏ ମଣିଷର ମନ ମଧ୍ୟରେ ।


ଯୋଗୁ ଦୂର ଆକାଶର କଳା ମେଘ ବରଷା 

ରୁତୁରେ ଠିକ ସମୟରେ ଆସିଥାଏ 

ଦେଖି, କଳା ମେଘକୁ ଚାଷୀର ମନେ ଭଲ 

ଫସଲର ଆଶାରେ ସୁଖର ସୁଅ ବୋହିଥାଏ।


ଇର୍ଷୁକ ପାଷଣ୍ଡ ପାମର ପୁଂଜିପତି, ଦେଖି ଶଇଳ 

ଦ୍ୱାରା ପ୍ରକୃତିର ମନୋହର ବେଶ 

କାଟି ନେଇଗଲା ସବୁଜ ଗଛ ଜଂଗଲ ପାହାଡ଼

ଆମେ ହୁତୁ ହୂତୁ ଜଳି ହେଉଛେ ନାଶ ।


ପଶୁ ପକ୍ଷୀ କେତେ ହେଉଛନ୍ତି ମୃତାହତ ବହ୍ନି 

ଶିଖା ଉଠେ ଗଗନ ପବନ

ଗହଳ ବନାନୀ ପଣ୍ଡୁର ଦିଶଇ ଦେଖ ଧୂମାଳ

ବରଣ ଦିଶେ ଏହି ମହୀ ମଣ୍ଡଳ ।


କାନ୍ଦୁଛି ମଣିଷ, କାନ୍ଦେ ବନପଶୁ, ସରୀସୃପ

ପକ୍ଷୀ ଢାଳି ଲୋତକ 

ସୃଷ୍ଟିର ପ୍ରକୃତି ସ୍ବରୂପ ସୁନ୍ଦରତାର ସୁରକ୍ଷା ପାଇଁ 

ସାଜିବାକୁ ହେବ ପରିବେଶର ରକ୍ଷକ ।


ରାତିରେ, ତନ୍ଦ୍ରାରେ ସୁସ୍ଥ ପରିବେଶର 

ସପନଟା ଲାଗେ ବହୁ ସୁନ୍ଦର

ସତରେ ରାତି ପାହିଗଲେ, ଆଖି ଖୋଲିଲେ 

ଲାଗେ ଖାଲି ମିଛ ସ୍ବପ୍ନର ବାଲିଘର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action