STORYMIRROR

Chittaranjan Nanda

Action Inspirational

4  

Chittaranjan Nanda

Action Inspirational

ଶାନ୍ତି ସହବସ୍ଥାନ ରାସ୍ତା

ଶାନ୍ତି ସହବସ୍ଥାନ ରାସ୍ତା

1 min
397


ମଣିଷ, ଜଗତରେ ପ୍ରାଣୀଙ୍କ ମଧ୍ୟରେ 

ଅଟେ ସାର,

ତାହାର ଅଛି ଜ୍ଞାନ, ବୁଦ୍ଧି, ଓ ବିବେକର 

ଗନ୍ତାଘର ।୧।


ମଣିଷ ସମୁହର ଥିଲେ ଆଚରଣରେ

ଶାଳୀନତା,

ଉନ୍ନତ, ସମୃଦ୍ଧ ଭଲ ରୁହେ ସମାଜର 

ବ୍ୟବସ୍ଥା ।୨।


ଶୁଣିଛି, ମୋ ଦେଶର କେତେ କେତେ 

ମହାନତା,  

ବହୁ ବହୁ ବୀର ମାନଙ୍କର ଗୌରବର 

ଗାଥା ।୩।


ଅନେକ ଭାଷା, ଚଳଣି, ଜାତି, ଧର୍ମ, 

ଓ ସମ୍ପ୍ରଦାୟ,

ଭିନ୍ନ ମଧ୍ୟେ ଏକତାର ସ୍ଵର ଆମ 

ବାସ୍ତବିକ ପରିଚୟ ।୪।


ଦେଖିନି ଅନ୍ୟ ଭୂଖଣ୍ଡ ଯେଉଁଠି କୁହନ୍ତି

ବସୁଦୈବ କୁଟୁମ୍ବକମ୍,

ମାଟି ପାଣି ବାୟୁ ଅଣୁ କଣିକାରେ ଭାବନା

ସର୍ବେ ଭାବନ୍ତୁ ସୁଖିନମ୍ ।୪।


ଗୀତା, ଭାଗବତ, ବେଦ ଓ ପୁରାଣରେ ରହେ

ପରିଭାଷା ଉନ୍ନତ ମାନବର କଥା ,

ଯୁଗ ଯୁଗ ଧରି ଆମର ସଂସ୍କୃତି ବିଶ୍ୱକୁ ଦେଇଛି 

ଗୁରୁ ପରମ୍ପରାର ମହାନ୍ ଗାଥା ।୫।


ମୋ ଦେଶର ବୁଦ୍ଧ, ମହାତ୍ମା, ସୁଭାଷ କରନ୍ତି

ମାନବ ବାଦର ବୈଶିଷ୍ଟ୍ୟ ପ୍ରଚାର 

ବିଶ୍ୱକୁ ଯୋଗାଇଛି ସତ୍ୟ, ନ୍ୟାୟ, ଜ୍ଞାନ ବଳ,

ତାହା ତ ମହାନତା ଏ ମାଟିର ।୬।


ଆମର ସନାତନ ଗାଥା ମାନବୀୟ ଧର୍ମ 

ବିଶ୍ଵ ଏକ କୁଟୁମ୍ବ ମର୍ମେ ବହନ କରାଇ,

ଉଗ୍ର ପଥ ଭ୍ରଷ୍ଟ ରାସ୍ତାରୁ ଜଗତକୁ ଶାନ୍ତି 

ସହବସ୍ଥାନ ରାସ୍ତାକୁ ଆଣିବା ଫେରାଇ ।୭।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action