STORYMIRROR

Chittaranjan Nanda

Classics

4  

Chittaranjan Nanda

Classics

ସମାଜର ଉନ୍ନତି ଉତ୍ତମ ଚେତନାରେ

ସମାଜର ଉନ୍ନତି ଉତ୍ତମ ଚେତନାରେ

1 min
320


ସମାଜର ଉନ୍ନତି ଉତ୍ତମ ଚେତନାରେ


ସକାଳେ ବସିଲି,

ମନରେ ଭାବିଲି,

କଅଣ ଲେଖିବି,

କାହା ପାଇଁ ଲେଖିବି,

କିଏ ବି ପଢିବ,

ଭାବୁଛି ମନରେ,

ଆସୁନି ମନରେ ଭାଷା.


ପଢିଥିଲି, ଦେଖିଥଲି,

ଅନୁଭବ କରିଥିଲି,

ସଂସ୍କୃତି ଓ ପରମ୍ପରା ଆମର,

ଶତ ଶତ ଭାଷା,

ଅନେକ ଜାତି ଓ ଧରମ,

ଅନେକ ପ୍ରଦେଶ,

ବିଭେଦ ଭିତରେ ଐକ୍ୟତା,

ଭେଦ ଭାବ ଭୁଲି ଭାତୃଭାବରେ,

ଗଢା ଯେଉଁ ମୋ ସମଗ୍ର ଭାରତ,

ଆଜି ହିଂସା ଭେଦ ଭାବନାରେ ତ୍ରସ୍ତ.


ପୁରାଣୁ ପଢିଛି, 

ଇତିହାସରୁ ପାଇଛି,

ଯେଉଁ ଭାରତୀୟ ଅତିଥିଙ୍କୁ,

ଦେବ ତୁଲ୍ୟ ମଣେ, 

ସେ ଗରବ ଗୌରବରେ ମଣ୍ଡିତ,

ଆଜି ତାହା ବିଖଣ୍ଡିତ.


ଜିବେଦୟା ଭାବନାରେ,

ଦରଦୀ ହୃଦୟ ଚେତନାରେ,

ସୃଜନ ଶୀଳତାରେ,

ଗୌରବାନ୍ୟିତ ଭାରତରେ,

ହିଂସା, ପରଶ୍ରୀକାତରତା,

ଜାତିବାଦ, ସାମ୍ପ୍ରଦାୟିକ,

ମତାନ୍ଧତା ଚିନ୍ତନ ପ୍ରବାହିତ.


ଜନମ ନେଇଛନ୍ତି ଏଇ ମାଟିରେ,

କେତେ ଉଚ୍ଚ ଚିନ୍ତାଧାରାର ନାୟକ,

ଦରଦୀ ହୃଦୟର ଦକ୍ଷ ରାଜନେତା,

ସୃଜନଶୀଳତାର ଗୁଣେ ଥିଲେ ଅଧିକାରୀ,

ଯାହାର ପଟାନ୍ତର ନାହିଁ,

ରାଜନୀତି ତ ଆଜ ହୋଇଛି ଘୃଣିତ.


ପ୍ରଶ୍ନ ଆସେ ମନେ ମୋର,

ଭୁଲ ହୋଇପାରେ, ଦିଅ ହେ ଉତ୍ତର

ଅଛି କି ବିଜ୍ଞତା ଅବା ଅଭିଜ୍ଞତା ଅବା

ମନରେ ସୃଜନ ଶୀଳତା,

ଗରିବଙ୍କ ପାଇଁ ଚିନ୍ତା,

ଅଛି କି ସେହି ମହାନତା,

ଅଛି କି କାହାର ସର୍ବ ସାଧାରଣ ଚିନ୍ତା

କେ ହୋଇଛି ଭାରତ ବାସୀଙ୍କ ଉନ୍ନତି ପାଇଁ ସମର୍ପିତ

ନୁହେଁ କି ଉପରକୁ ଦେଶଭକ୍ତ, କିନ୍ତୁ

ଅନ୍ତରେ ସ୍ୱାର୍ଥପାଇଁ ଅନ୍ୟ କଥା


ଜାଣିଛି, ଏ ମୋର ଭାବନା,

ଆଦୃତ ହେବନି,

କିନ୍ତୁ ଭାବୁଛି କର୍ତ୍ତବ୍ୟ ମୋହର,

ସୂଚାଇବାକୁ ମୋ ନଗଣ୍ୟ 

କ୍ଷୁଦ୍ର ବୁଦ୍ଧିରେ,

ଭବିଷ୍ୟତ ବଂଶଧରଂକ ସକାଶେ,

ଅବଶ୍ୟ ଫଳେ ନାହିଁ ଅଧିକାର,

କିନ୍ତୁ ଉତ୍ତମ ସଂସ୍କାର ଚେତନାରେ,

ଜାଣିଛି କାର୍ଯ୍ୟହୁଏ ମନ ଲାଖି ସବୁ ମଣିଷର.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics