STORYMIRROR

Pranati Mahapatra

Classics Inspirational

4  

Pranati Mahapatra

Classics Inspirational

କେମିତି ଭେଟିବି

କେମିତି ଭେଟିବି

1 min
394


ଲାଜ ଲାଗେ କଳାକାହ୍ନୁ ଭେଟିବି 

କେମିତି ଯାଇ,

କଲାକର୍ମ ଫଳ ଯେବେ ଦେବୁରେ

ମୋତେ ତୁହି,

ଅଭିଯୋଗ କରିବାକୁ ପାଖେ ମୋର 

କିଛି ନାହିଁ।

ଲାଜ ଲାଗେ...


ଦେଇଥିଲୁ ଦୁର୍ଲ୍ଲଭ ଜନମ ନେଇଥିଲି

ଏ ଧରାରେ,

ସଦବୁଦ୍ଧି ସଦଜ୍ଞାନ ଯାଚି ଦେଇଥିଲୁ

ମଥାରେ,

ଭୁଲିଗଲି କଳାକାହ୍ନୁ ତୋତେରେ ଏ

ମାଟି ଛୁଇଁ

ଲାଜ ଲାଗେ କଳାକାହ୍ନୁ...


ତୋ ପାଇଁ ଜନମ ମୋର ଶେଷ

ଆଶ୍ରା ଜାଣେ ତୁହି,

ଅକର୍ମ ଅପଥ ବାଛି ଭୁଲିଗଲି

କଳାସାଇଁ,

ପିତାମାତା ଭାଇ ବନ୍ଧୁ ପରକଲି

ସ୍ଵାର୍ଥପର ହୋଇ,

ଲାଜ ଲାଗେ କଳାକାହ୍ନୁ ଭେଟିବି

କେମିତି ଯାଇ।


ହରେକୃଷ୍ଣ ମହାମନ୍ତ୍ର ଦିଅ ତୁଣ୍ଡେ

ମୋର କହି,

ଅଜାମ୍ବିଳ ପରି ପ୍ରଭୁ ପରି ଯିବି

 ମୁଁ ପାର ହୋଇ,

ହରେକୃଷ୍ଣ ହରେରାମ ଗାଇବି

ମୁଁ ଭାବଗ୍ରାହୀ।

ଲାଜ ଲାଗେ କଳାକାହ୍ନୁ ଭେଟିବି

କେମିତି ଯାଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics