STORYMIRROR

Lokanath Rath

Abstract Classics Inspirational

4  

Lokanath Rath

Abstract Classics Inspirational

ଆକାଶେ ରଙ୍ଗର ଖେଳ

ଆକାଶେ ରଙ୍ଗର ଖେଳ

1 min
278

ଆକାଶେ ରଙ୍ଗର ଖେଳ


ଆଜି ଏ ଆକାଶ କୁ ଦେଖି, ମନ ହଜିଯାଏ କାହିଁ, 

ଏବେ ତ ଅଛି, ପୁଣି ସେ ବି ଆଉ ରହିବ କି ନାହିଁ ?


ଏ କଳା କଳା ବାଦଲ କି ସୁନ୍ଦରେ ଯାଉଛି ଖେଳି, 

ମେଘ ହୋଇ ଆକାଶୁ ସେ ଟୁପୁ ଟୁପୁ ଝରିବ ବୋଲି. 


ଲାଗେ ସତେ ବାଦଲ ତ ଆକାଶ ର ଦରଦି ଛାଇ, 

ବୋହି ଯିବ ତା ଆଖିରୁ ସେ ଧାର ଧାର ବର୍ଷା ହୋଇ. 


କି ଦରଦ ପାଇ ଆକାଶ ହେଉଛି ଆଜି ତ ଅଧୀର, 

ଲାଗେ ସତେ ପ୍ରେମେ ପାଗଳ ପ୍ରାୟ ହୋଇଛି କାହାର. 


ଯେବେ ଝର ଝର ହୋଇ ବହେ ତା ଲୁହ ବର୍ଷା ହୋଇ, 

ଆନନ୍ଦେ ଅଧୀର ହୁଏ ଧରଣୀ ସେ ପରସ ପାଇ. 


ତେବେ ଲାଗେ ଧରଣୀ ରାଣୀ ର ପ୍ରେମେ ସେ ତ ପାଗଳ, 

ସେଥିପାଇଁ କରୁଥିଲା ସେ ଦୂରେ ରହି ଏତେ ଖେଳ. 


ଏବେ ଦେଖି ଧରଣୀ ର ଆନନ୍ଦ ଉଲ୍ଲାସର ହସ, 

ନାଚି ନାଚି ଖେଳେ କି ସୁନ୍ଦରେ ଏବେ ନୀଳ ଆକାଶ. 


ଘଡ ଘଡି ଶବ୍ଦ କରି ସେ ଆନନ୍ଦେ ବଜାଏ ବାଜା, 

ଚଡ଼ ଚଡ଼ କରି ବିଜୁଳି ରେ କରେ ଆଲୋକ ସଜା. 


ସେତିକିରେ ଭରେ ନାହିଁ ମନ ଧରେ ସେ ଇନ୍ଦ୍ରଧନୁ, 

ସପ୍ତ ରଙ୍ଗ ବିଛାଇ ଆକର୍ଷିତ କରେ ତାର ତନୁ. 


ଦେଖି ଏତେ ରଙ୍ଗ ସେ ରସିକ ନାଗର ଆକାଶର, 

ଫୁଲି ଫୁଲି ଯାଏ ଧରଣୀ, ଦେଖି ହୁଏ ସେ ଅଧୀର. 


ଲାଜେ ଲାଜେ ଥିରି ଥିରି ନିଜକୁ ସଜାଏ ଧରଣୀ, 

ସବୁଜ ଓଢଣୀ ସହ କେତେ ଫୁଲେ ସଜାଏ ବେଣି. 


ରୁପସୀ ସାଜି ସେ ତା ରୂପେ ମୋହେ ପ୍ରେମୀ ଆକାଶକୁ, 

ଚୁପି ଚୁପି କହେ ଏବେ ଦେଖ ତୁମେ ଗୋ ମୋ ରୁପକୁ. 


ସେତିକିରେ ଭରେ ନାହିଁ ଧରଣୀ ର କୋମଳ ମନ, 

ଖେଳାଏ ସେ ତା ବକ୍ଷେ ମୟୂରକୁ, ସଜାଏ ଯୌବନ. 


କିଏ କହେ ଇନ୍ଦ୍ରଧନୁ କୁ ଦେଖି ନାଚୁଛି ମୟୁର, 

କିନ୍ତୁ ସେ ତ ଅଟେ ଏକ ଗହଣା ଧରଣୀ ରାଣୀର. 


ଦେଖି ଏହି ସୁନ୍ଦର ପ୍ରକୃତି ର ବି ଅନନ୍ୟ ବେଳ, 

ଚାଲିଛି ଦେଖ ରସିକିଆ ଆକାଶେ ରଙ୍ଗର ଖେଳ. 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract