Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Classics

4  

Santosh Pattnayak

Classics

ଦଶଭୁଜା ହୁଅ ସାହା

ଦଶଭୁଜା ହୁଅ ସାହା

1 min
328


ଜୀବନ ଯନ୍ତ୍ରଣା ବଢିଚାଲେ ଏଠି

ବଞ୍ଚିବାକୁ ଖୋଜି ରାହା

ସୁଖଶାନ୍ତି ସବୁ ଆମଭାଗ୍ୟେ କାହିଁ

ଦଶଭୂଜା ଏକା ସାହା ।


ବଡ ବଳିୟାର ମର୍ତ୍ତ୍ୟେ ଅହଙ୍କାର 

ନଷ୍ଟ ହୁଏ ପରିବେଶ

ବିଚାରକ ପରା ଦୋଷୀ ସାଜିଲାଣି

କାହାକୁ କହିବା କିଶ ।


ସର୍ବ ମୋହାଚ୍ଛନ୍ନେ ଅଶୁଭ ଲକ୍ଷଣ

ଚେତନା ହୋଇଛି ସୁପ୍ତ 

ଆହେ ଯୋଗମାୟା ହୁଅ ଆବିର୍ଭାବ 

ଆତୁରେ ଅଛନ୍ତି ଭକ୍ତ ।


ଅସଭ୍ୟ ବର୍ବର କଳିଯୁଗ ନାରୀ

ସ୍ୱାମୀ ସମାଜକୁ ଏଡି

ହୋଇ ଭ୍ରଷ୍ଟାଚାରୀ ଘୁରେ ସ୍ୱେଚ୍ଛାଚାରୀ 

ବିପଦ ଆସଇ ମାଡି ।


ମଦ୍ୟପ ପୁରୁଷ କାମୁକ ହୋଇଣ

ଭୂଲେ ଜନନୀ,ଭଗିନୀ 

ପାପୀକୁ ବିନାଶି ରକ୍ଷାକର ମାତା

ଖଡ୍ଗ ଖର୍ପର ଧାରିଣୀ ।


ସର୍ବ ନରନାରୀ ଅଙ୍ଗେଅଙ୍ଗେ ପଶି

ଦୁର୍ଗୁଣକୁ କର ନାଶ 

ମ୍ଳେଛକୁ ସଂହାରି ଭକତଙ୍କୁ ରଖ

ଦୂରକର ଦୁଃଖ କ୍ଳେଶ ।


ମାତୃକୃପା ଏକା ସଂସାରରେ ସାର 

କ୍ଷୁଦ୍ର ମତ୍ତି ଅଟେ ମୋର 

ଥିଲେ ଅପରାଧ ଏଇ ପାମରର

ବଡପଣେ କ୍ଷମାକର ।


ପ୍ରଣତୀ ସମ୍ପାଦି ଅନୁନୟ ହେଲି 

ସାହା ହୁଅ ଦଶଭୁଜା 

ଦୁଃଖ ସବୁ ନାଶି ସୁଖକୁ ପରଶି 

ଉଡାଅ ଶାନ୍ତିର ଧ୍ବଜା ।


Rate this content
Log in