STORYMIRROR

Sambit Srikumar

Classics Inspirational

4  

Sambit Srikumar

Classics Inspirational

ସଂରକ୍ଷଣବାଦ

ସଂରକ୍ଷଣବାଦ

1 min
350


ବର୍ଗ ସାଧାରଣ ମୋହର ଜାତିରେ ବ୍ରାହ୍ମଣ

ନିର୍ଦ୍ଧନ କୁଳରେ ମୁହିଁ କରିଅଛି ଜନ୍ମ ଗ୍ରହଣ

ଭୂମିହୀନ ଧନହୀନ ଦୀନ ଅରକ୍ଷିତ ବିପ୍ରଜନ

ମେଧା ମୋ ଆୟୁଧ ଜୀବନର ସକଳ ସାଧନ। 


ହୋଇବି ଯୋଗ୍ୟ ମେଧାବୀ ମେହନତି ବିଦ୍ବାନ 

ସରକାରୀ ହିସାବରେ କାଳେ ନୁହେଁ ଅଗ୍ରଗଣ୍ୟ 

ମିଳେ ନାହିଁ ମୋତେ ନାର୍ଯ୍ୟ ସ୍ଥାୟୀ କର୍ମ ସଂସ୍ଥାନ 

ସଂରକ୍ଷିତ ବର୍ଗ ପ୍ରାର୍ଥୀ ମାଡି ବସେ ମୋର ସ୍ଥାନ। 


ସରକାରୀ ଚାକିରି ବିନା ବିଡ଼ମ୍ବିତ ମୋହରି ଜୀବନ 

ଦୁନିଆଁ ଦାଣ୍ଡରେ ମୁହିଁ ଆଜି ହୁଏ କେତେ ହୀନିମାନ

ଜାତି ଉପଜାତି ନାମେ ଜାଲି ମାନପତ୍ର ହସ୍ତରେ ଧରିଣ 

ଧନାଢ୍ୟ ସକ୍ଷମ ହୋଇ ବି କତିପୟ ପାଆନ୍ତି ସଂରକ୍ଷଣ। 


ଯୋଗ୍ୟତା ଥାଉ କି ନଥାଉ ଆଶାୟୀ ପ୍ରାର୍ଥୀର ପାଶରେ 

ଶିକ୍ଷା ଗ୍ରହଣ ଠାରୁ ଚାକିରୀ କ୍ଷେତ୍ର ଅବା ପଦୋନ୍ନତିରେ

ସବୁଠି ସଂରକ୍ଷିତ ବର୍ଗର ପ୍ରାର୍ଥୀ ସର୍ବଦା ସବୁଠୁଁ ଆଗରେ 

ଗୁଣାତ୍ମକ ମାନ ଅବା ମେଧାକୁ ଏଠି କିଏ ବା ପଚାରେ?


ଉଚ୍ଚଶିକ୍ଷା ସଂସ୍ଥାନରେ ମିଳେ ସଂରକ୍ଷଣ ଜାତିର ଭିତ୍ତିରେ 

ମେଧାବୀ ହୁଅନ୍ତି ପରାହତ କୋଟାର ଅମୋଘ ଅସ୍ତ୍ରରେ 

ଦୀକ୍ଷାନ୍ତ ପୂର୍ବରୁ ଶିକ୍ଷାନୁଷ୍ଠାନରୁ ଅନେକ ହୁଅନ୍ତି ବାହାର 

ଶିକ୍ଷା ସମାପ୍ତ କରିବା ତାହାଙ୍କର ଲାଗି କଠିଣ ବ୍ଯାପାର। 


ବିନା ମେଧାରେ ଯଦି ସଭିଏଁ ଲଭିବେ ଶିକ୍ଷା ଓ ଚାକିରୀ 

ମେଧାବୀ ମେହନତି ତ ହୋଇବ ନିଶ୍ଚିତ ଦେଶାନ୍ତରୀ 

ପ୍ରବାସରେ କରିବ ପରଦେଶର ସର୍ବବିଧ ଉନ୍ନତି ବିଧାନ

ସଂରକ୍ଷଣବାଦରେ ଦେଶ ରହିଥିବ ଅର୍ଦ୍ଧବିକଶିତ ଚିରଦିନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics