Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

MAMATA RANI SATAPATHY

Classics

4  

MAMATA RANI SATAPATHY

Classics

ଶରଣ ଗଲି ରେ କାଳିଆ ତୋର ଦରଶନ ପାଇଁ

ଶରଣ ଗଲି ରେ କାଳିଆ ତୋର ଦରଶନ ପାଇଁ

1 min
316



ଆକାଶେ ଆଜି କଳା କଳା ମେଘ 

               ଖେଳେ ଲୁଚକାଳି,

ଦେଖିବ ବୋଲି ସେ କାଳିଆ ର 

    ସ୍ନାନ କେଳି ,ହଁ,ହଁ କାଳିଆ ର ସ୍ନାନ କେଳି।(1)

ସ୍ନାହାନ ମଣ୍ଡପେ ବିଜେ ଚାରିଦିଅଁ

          ଆହ ! କି ତୋରା ଦିଶଇ ,

ମୁଣ୍ଡ ରେ ଟାହିଆ , କେଡେ ମନୋହର 

           ଅଣ୍ଟା ରେ ତ ପାଟ ଡୋରି।(2)

ଶହେ ଆଠ ଗରା ସୁନାକୂପ ଜଳେ

           କରିବେ ଆଜି ସ୍ନାହାନ ,

ଦେଖି ତାଙ୍କ ରୂପ ,ଜନ ଜଗତ ର 

ଦୂର ହୋଇଯିବ ପାପ ,

         ,ହଁ,ହଁ ଦୂର ହୋଇଯିବ ପାପ।(3)

ତେତିଶ ଗରା ର ସୁବାସିତ ଜଳେ 

        ବଳଭଦ୍ର ଙ୍କ ହେବ ସ୍ନାନ ,

ଆଉ ପଞ୍ଚ ତିରିଶ ଗରା ସୁବାସିତ ଜଳେ 

        ମୋ କାଳିଆ କରିବ ସ୍ନାନ।

ପୁଣି ବାଇଶି ଗରା ସୁବାସିତ ଜଳେ

         ମାତା ସୁଭଦ୍ରା କରିବେ ସ୍ନାନ ,

ସୁଦର୍ଶନ ଙ୍କ ପାଇଁ ଅଠର ଗରା 

          ଏହାତ ରହିଛି ବିଧାନ।(4)

କି ସୁନ୍ଦର ! ତାଙ୍କ ଗଜାନନ ବେଶ

         ଦେଖି ଆଖି ହୋଇଯାଏ ଲାଖି ,

ସ୍ନାନ ଯାତ୍ରା ପରେ ଅଣସର ଘରେ 

       ବିଶ୍ରାମ ଯେ ନେବେ ସଙ୍ଗରୋଧ ହୋଇ।(5)

ଛପନ ଭୋଗ ହୋଇଯିବ ମନା 

         ଭକତ ମାନେ ଥିବେ ହେ ଚାହିଁ ,

କୋଟି ଓଡିଆ ଙ୍କ ମଉଡ ମଣି ହେ

     କେବେ ଦେଖାଦେବ ଆମ୍ଭ ମନ ଜାଣି ? (6)

ଆଜି ସ୍ନାନ ମଣ୍ଡପେ ବିନା ଭକତ ରେ

         କେମିତି ରହିଛୁ ତୁହି ରେ ...,?

ଭକତ ଦୃଦୟ ଭାବରେ ବିହ୍ବଳ 

        ଝୁରି ,ଝୁରି ତତେ ମରେ....।(7)

ଶୁଭୁନାହିଁ ଭକ୍ତ ଙ୍କ କୋଳାହଳ

       ଜମୁନି ଆଉ ଗହଳ ଚହଳ ,

ତୋର ଏତେ ବଡ ଯାତରା ରେ

        ନିସ୍ତବ୍ଧତା ଯାଇଛି ଖେଳି,

ଭକତ ମାନେ କାନ୍ଦୁଛନ୍ତି କଇଁ କଇଁ।(8)

ଦୁଇ ବରଷ ହେଲା କରୁଛୁ ଯାତରା 

        ବିନା ଭକତ ରେ ତୁହି ,

ତତେ ନ ଦେଖି ପାଗଳ ପ୍ରାୟେ ଭକତ

         ପାରୁଛୁ କେମିତି ରହି ?

   ହଁ,ହଁ ପାରୁଛୁ କେମିତି ସହି ???(9)

ତୋର ଏତେ ବଡ ଯାତରା ରେ ଦରଶନ ମିଳୁ ନାହିଁ,

କେବେ ତୁ ଉଦ୍ଧାରିବୁ ଏ ସଙ୍କଟୁ ଆମକୁ

        ଯିବୁ ରେ ତୋର ଦରଶନ ପାଇଁ।(10)

ଆଖି ରୁ ଝରେ ଲୋତକ ର ଧାର 

          ତତେ ଦେଖିବା ପାଇଁ ,

ପାରୁନି ଆଉ ରେ ନିଜକୁ ସମ୍ଭାଳି

          ମନ କରେ ଯିବା ପାଇଁ ଧାଇଁ।(11)

କହ ରେ କାଳିଆ ,

    ତତେ କ'ଣ କିଛି ଲାଗୁନାହିଁ ??

କହ, କହ ତତେ କ'ଣ କିଛି ଲାଗୁ ନାହିଁ ????


Rate this content
Log in

Similar oriya poem from Classics