STORYMIRROR

Satyabhama Mahapatra

Classics

4  

Satyabhama Mahapatra

Classics

ମର୍ତ୍ୟ ବୈକୁଣ୍ଠ

ମର୍ତ୍ୟ ବୈକୁଣ୍ଠ

1 min
377

ମର୍ତ୍ୟ ବୈକୁଣ୍ଠ


କେଁଉଠି ନମିଳେ ଏ ମର୍ତ୍ୟ ବୈକୁଣ୍ଠ

ଦର୍ଶନ ପାଇଁକି ସର୍ବେ ଉତ୍କଣ୍ଠିତ

କି ସୁନ୍ଦର ଆହା ରଚନା ତୁମ୍ଭର 

ଘେନ ବାରେ ପ୍ରଭୁ ପ୍ରଣାମ ମୋହର!

    ଘେନ ବାରେ ପ୍ରଭୁ ପ୍ରଣାମ ମୋହର.

ଧନ୍ୟ ଇନ୍ଦ୍ରଦୁମ୍ନ ଧନ୍ୟ ହେ ଗୁଣ୍ଡିଚା 

ଇତିହାସ ତୁମ କରେ କେତେ ବାଖ୍ୟା

ଅଧା ଗଢ଼ା ନୁହେଁ, ନୁହେଁ ତ ଅପୂର୍ଣ୍ଣ

ପୂର୍ଣ୍ଣ ବ୍ରହ୍ମ ତୁମ୍ଭେ ସ୍ୱୟଂ ହିଁ ସମ୍ପୂର୍ଣ୍ଣ


ଅପଲକ ନେତ୍ର ସଦା ହିଁ ଜାଗ୍ରତ 

ହରି ବାକୁ ଅବା ପ୍ରାଣୀ ଙ୍କ ଆରତ

ପଦ ନାହିଁ ମାତ୍ର ବିଚିତ୍ର ସେ ଗତି 

ସହସ୍ର ଭୁଜରେ ଦିଅ ତୁମେ ଯାଚି


ବିନ୍ଦୁ, ବିନ୍ଦୁ ହୋଇ ସିନ୍ଧୁ ରଚି ଅଛ 

କୀଟ ପତଙ୍ଗ ଓ ମନୁଷ୍ୟ ପର୍ଯ୍ୟନ୍ତ

ବଞ୍ଚି ବାକୁ ସବୁ ସାଧନ ଖଞ୍ଜିଛ 

ରଚୟିତା ତୁମ ପଦେ ମଥା ନତ


ପ୍ରାଣ ସ୍ୱରୂପ ହେ ଦୁଃଖ ନାଶକ 

ସୁଖ କର୍ତ୍ତା ତୁମେ ଶ୍ରେଷ୍ଠ ନାୟକ

 ଶ୍ରେଷ୍ଠ ବୁଦ୍ଧି ର ପରି ଚାଳକ 

ତେଜସ୍ୱୀ ହେ ତୁମେ ପାପନାଶକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics