Satyabhama Mahapatra

Others Children

3  

Satyabhama Mahapatra

Others Children

୨୦୨୨କୁ କରୁ ନିଜର

୨୦୨୨କୁ କରୁ ନିଜର

1 min
208


ସହି ସଙ୍ଗାତ ଭିଡ ଜମିଚି ନୂଆ ବରଷ ପାଇଁ,

ଏତିକି ବେଳେ ଓମିକ୍ରମ ତୁମେ ଆସିଲ କାହିଁ ପାଇଁ ||


ହଳଦୀ, ନାଲି ଗେଣ୍ଡୁ ଫୁଲରେ ସଜ ହୋଇଛି ଧରା,

ମନ ଆନନ୍ଦେ ସଭିଏଁ ମିଶି ଭୋଜି କରିବୁ ପରା ||


ଆମ ଖୁସିକୁ ସତରେ ତୁମେ ପାରୁନ ଜମା ସହି,

ମୌକା ଦେଖି ଚୌକା ମାରି ଆସୁଛ ତୁମେ ଧାଇଁ ||


ଷ୍ଟ୍ରିକ୍ଟ ହେଲା ମାସ୍କ ପିନ୍ଧା, ସାନିଟାଇଜର ହାତେ,

ଡିଷ୍ଟାନ୍ସରେ ଠିଆ ହୋଇବୁ, ମନରେ ଦୁଃଖଜେ କେତେ ||


ଭୋଜିଭାତରେ ଅଳପ ଲୋକ ଲକଡାଉନ ଭୟ,

ସଞ୍ଜରୁ ସକାଳ କରଫୁ ଜାରି, ଘରେ ରହିବାଟା ଥୟ ||


ଦୁଇ ବରଶ ରାଜ କରିଲ, ପୁରିଲା ନାହିଁ ମନ,

ଭାରିଏଣ୍ଟର ନାମ ବଦଳ ଆସିଲ ଓମିକ୍ରନ ||


ଶିଶୁ କିଶୋର କିଶୋରୀଙ୍କୁ ଯେ, ଛାଡ଼ୁନ ତୁମେ ଜମା,

ଗୁପ୍ତ ରୂପରେ ମାଡ଼ିବସୁଛ, ତୁମ ହୃଦୟେ ନାହିଁ କ୍ଷମା ||


ତୁମରି କୋପେ ଭୟରେ ସର୍ବେ, ଅଦୃଶ୍ୟ ଶକ୍ତି ତୁମ,

ଆଖିପଲକେ ନେଇ ଯାଉଚି, ତୁମରି ସାଥି ଯମ ||


ଡର ବି ଆମେ ଜୟ କରିବୁ, ସୁରକ୍ଷାରେ ଆମ କଡା ନଜର,

ହସ ଉଲ୍ଲାସର ବାର୍ତା ନେଇ ଆଜି ୨୦୨୨ କୁ କରୁ ନିଜର ।



Rate this content
Log in