ଖୋଜୁଛୁ ଏ ବେଳେ ହୃଦୟେ ତୁମକୁ
ଖୋଜୁଛୁ ଏ ବେଳେ ହୃଦୟେ ତୁମକୁ
ସତ୍ୟବାଦୀ ର ସୁଆଣ୍ଡୋ ଗ୍ରାମରେ,
ପିତା ଦୈତାରୀ, ମାତା ସ୍ବର୍ଣ୍ଣଙ୍କକୋଳେ ।
ଜନମ ଲଭିଲ ଗୋପବନ୍ଧୁ ତୁମେ,
ଜନ୍ମଦେଇ ମାତା ବିଜେ କଲେ ସ୍ୱର୍ଗେ ।
ପିଉସୀ ମା'ଙ୍କ କୋଳରେ ବଢ଼ିଲ,
ଉତ୍କଳ ମାତାର ଯଶ ବଢ଼ାଇଲ ।
ଗଭୀର ଜଳରୁ ଶାମୁକା ସାଉଁଟି,
ଦେଇଥିଲେ ପିତାମାତା ଏ ମୋତିଟି।
କିଶୋର ସମୟେ ନିର୍ଭିକ ଯେ ଥିଲ,
ସାଙ୍ଗ ସାଥି ମେଳେ ସତ୍ୟ କହୁଥିଲ ।
ରୂପଦେଇପୁରେ, ମାଧ୍ୟମିକ ଶିକ୍ଷା,
ଜିଲ୍ଲା ସ୍କୁଲରେ ମାଟ୍ରିକ ପରୀକ୍ଷା ।
ରେଭେନ୍ଶା ରେ ଯାଇ ସ୍ନାତକ ସାରିଲ,
ତା ସହିତ ପୁଣି ଓକିଲାତି କଲ ।
ଭାର୍ଗବୀ କୂଳର ଅମୂଲ୍ୟ ରତନ,
ସେ ସୈକତେ ବସି, କଲ କି ଚିନ୍ତନ!
ତହିଁ ବାଲି ରେଣୁ ଧରି ହସ୍ତେ ମୁଠି,
ଶପଥ କରିଲ ବନ୍ଧୁ ମେଳେ ବସି ।
ନୀଳକଣ୍ଠ, ହରିହର, କୃପାସିନ୍ଧୁ,
ଗୋଦାବରୀଶ ଓ ତୁମେ ଗୋପବନ୍ଧୁ ।
ଅଧ୍ୟୟନ ବଳେ ଉନ୍ନତି କରିବା!
ଉତ୍କଳ ର ଚିତ୍ର ବଦଳାଇ ଦେବା ।
ଯୁବକ ସୁଲ୍ଲଭ କଥା ଶୁଣି ତବ,
ପ୍ରତିଜ୍ଞା କରିସେ କହିଲେ ହୋଇବ ।
ଶିକ୍ଷାର ଉନ୍ନତି ମନେ ଚିନ୍ତାକଲ,
ମୁକ୍ତାକାଶ ଶିକ୍ଷା ସତ୍ୟବାଦୀରେ କରିଲ ।
ଉଣେଇଶ ଛାତ୍ର ଏକାଠି କରାଇ,
ଛାତ୍ରବାସ କରି, ରଖିଲ ଯେ ନେଇ ।
ମଣିଷ ତିଆରି କାରଖାନା କଲ,
ବନବିଦ୍ୟାଳୟ ପ୍ରତିଷ୍ଠା କରିଲ ।
କୁଶଭଦ୍ରା ନଦୀ ଲଂଘିଥିବା କାଳେ,
ପ୍ରିୟ ପୁତ୍ର ତୁମ, ଦୁନିଆ ଛାଡିଲେ ।
ଓକିଲାତି ଶିକ୍ଷା ଉତ୍ତୀର୍ଣ୍ଣ ସମୟେ,
ଧର୍ମ ପତ୍ନୀ ତୁମ, ବିୟୋଗ ହୋଇଲେ ।
ଲାଟ ସଭାର ସଦଶ୍ୟ ହୋଇଲ,
କ୍ଷମତା ନୀତିର ଉର୍ଦ୍ଧ ରେ ରହିଲ ।
ଅସହଯୋଗରେ ଯୋଗଦାନ କଲ,
ଆନ୍ଦୋଳନେ ତୁମେ ଭଗିରଥ ହେଲ ।
ସ୍ବଦେଶ ପ୍ରୀତିରେ, କାରାବାସ ଗଲ,
ଲେଖନୀ ମୂନରେ, ସ୍ୱରାଜ୍ୟ ଆଣିଲ ।
ମାନସ ସନ୍ତାନ ସମାଜ ତୁମର,
ଦୁଃଖୀ ଦରିଦ୍ରଙ୍କ ଛପାଏ ଖବର ।
ବିଜୟାଦଶମୀ ତିଥି ଧାର୍ଯ୍ୟ କଲ,
କଟକେ ଦୈନିକ ପ୍ରକାଶନ କଲ ।
ସାହିତ୍ୟ ତୁମର ଅନନ୍ୟ କୃତିତ୍ୱ,
ସମ୍ପାଦକୀୟ ର ବଢାଏ ମହତ୍ୱ।
ସମାଜସେବୀ ଓ ସୁ ସାହିତ୍ୟିକ,
ଅସହାୟ ସାହା, ସୁରାଜନୀତିକ ।
ଆଷାଢ଼ ମାସର ନେତ୍ରତ୍ସବ ତିଥେ,
ସଂସାର ଛାଡିଲ, ସତ୍ୟବାଦୀ ପୀଠେ ।
ତ୍ୟାଗି ଆତ୍ମବଳେ ପ୍ରିୟ ସମାଜକୁ ,
ଉତ୍ସର୍ଗୀଲ ଲୋକସେବକମଣ୍ଡଳକୁ ।
ଶ୍ରୀକ୍ଷେତ୍ରରେ, ଜଗନ୍ନାଥଙ୍କ ପାଖରେ,
ଅବୟବ ତୁମ ଦେଖୁଛନ୍ତି ନରେ ।
ସଙ୍କଟ ଆସିଛି, ଏବେ ପୃଥିବୀକୁ,
ଖୋଜୁଛୁ ଏ ବେଳେ ହୃଦୟେ ତୁମକୁ ।
ଶାନ୍ତିଧାମେ ଥାଇ, କର ଶାନ୍ତି ବର୍ଷା,
ଲିଭୁ ଏ ଧରାରୁ କରୋନା ସମସ୍ୟା ।
