ସଙ୍ଗରୋଧ ର ଶିକ୍ଷା
ସଙ୍ଗରୋଧ ର ଶିକ୍ଷା
ଉଠ ଉଠରେ ଧନ ହେଲା ସକାଳ
କୁଆ, କୋଇଲି ଡାକ କେଡେ ମଧୁର |
ପୂରୁବ ଦିଗେ ସୂର୍ଯ୍ୟ ଉଠିଲେ ଉଇଁ
ସୁଲୁ ସୁଲୁ ପବନ ଯାଉଛି ବହି |
ଫୁଲର ଭାରେ ବୃକ୍ଷ ପଡୁଛି ନଇଁ,
ମଳୟ ତାର ଗନ୍ଧ ନେଉଛି ବାହି |
ନିଶବ୍ଦ ଦେଖି ବିହଙ୍ଗେ ଆନନ୍ଦ ମନେ,
ଉଡନ୍ତି କଳରବେ ଭୟ ବିହିନେ |
ସ୍ରଷ୍ଟା ସୃଷ୍ଟିରେ ସର୍ବେ ଏକୋଇ ପ୍ରାଣୀ,
ଏକଥା ଅବା ମାନବ ନଥିଲା ଜାଣି |
ଧରାରେ ବଳ ପ୍ରୟୋଗ କରି ମନୁଷ୍ୟ,
ଜଳ ସ୍ଥଳ ଆକାଶ କରିଲା ଗ୍ରାସ |
ତ୍ରାହି ତ୍ରାହି ଡାକିଲେ ସମସ୍ତ ପ୍ରାଣୀ,
ଧରଣୀ ମାତା ତାହା ପାରିଲା ଜାଣି |
ସହି ସହି ଶେଷରେ ଅତିଷ୍ଟ ହେଲା,
କରୋନା ବୀଜାଣୁକୁ ପ୍ରେରିତ କଲା |
ତା ଡରେ ପଶିଲେ ସର୍ବେ ଗୃହ ମଧ୍ୟରେ,
ହେ ପ୍ରଭୁ ରକ୍ଷାକର ବୋଲି ଡାକିଲେ |
ନିୟମ କାନୁନ ମଧ୍ୟେ ଦିନ କାଟିଲେ,
ଅବାଧ୍ୟ ହେଲେ ଯେବେ ରୋଗ ଭୋଗିଲେ |
ଜଳ ସ୍ଥଳ ଆକାଶ କେଡେ ନିର୍ମଳ,
ସୂର୍ଯ୍ୟ ଚନ୍ଦ୍ର ତାରକା ଅତି ଉଜ୍ଜଳ |
ନିୟତି ତାର କର୍ମ ନୀତି ପାଳୁଛି,
ମନୁଷ୍ୟ ଛାଡି ପ୍ରାଣୀ ଆନନ୍ଦ ଅତି |
ପ୍ରକୃତି ନିୟମକୁ ମାନିଚଳିବା,
ଅନ୍ୟ ପ୍ରାଣୀକୁ କେବେ କଷ୍ଟ ନଦେବା |
ବନ ମଧ୍ୟରେ ପଶୁ, ଆକାଶେ ପକ୍ଷୀ,
ଜଳରେ ଜଳଚର ଆନନ୍ଦେ ମାତି |
ତାଙ୍କ ଖୁସିରେ ଆମେ ଖୁସି ହୋଇବା,
ପ୍ରକୃତି ସନ୍ତୁଳନ, ରକ୍ଷା କରିବା |
ଏ ସଂଘରୋଧ ଆମକୁ ଦେଲା ଏ ଶିକ୍ଷା,
ସଭିଙ୍କ ସୁଖେ ଆମେ ସୁଖେ ବଞ୍ଚିବା |
