Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baishnaba meher

Abstract

4  

baishnaba meher

Abstract

ପ୍ରକୃତିର ଶୋଭା "ଡୋକ୍ରିଚଞ୍ଚରା"

ପ୍ରକୃତିର ଶୋଭା "ଡୋକ୍ରିଚଞ୍ଚରା"

1 min
395



ଓଡିଶା ପ୍ରଦେଶେ....

କଳାହାଣ୍ଡି ଜିଲ୍ଲାମଧ୍ୟେ,

କାଲିଗଡ୍ ଗାଁ ପାଖରେ...

ଅଛି ଏକ ଝରଣା,

ଘୁମର୍ ଝରଣାରୁ ଆରମ୍ଭ...

ଡୋକ୍ରିଚଞ୍ଚରା ତା ନାଆଁ l 


ପ୍ରକୃତିର ଶୋଭାରେ...

ଲାଗେ ଯେମିତି...

ନୂଆବୋହୁ ଟିଏ...

ହୋଇଛି ସଜେଇ...

ସବୁଜ ଶାଢ଼ି ପିନ୍ଧି l 


କୁଳୁ କୁଳୁ ମଧୁରସ୍ଵରେ...

ଝରଣାଟି ବହିଚାଲେ,

ଦେଖି ତାକୁ ଯାତ୍ରୀ ଟିଏ...

ଆତ୍ମ ବିଭୋର ହୋଇପଡ଼େ l 


ଗଛଲତା, ଫୁଲଫଳ,

କୁସୁମେ କୁସୁମିତ,

ବନ୍ୟପ୍ରାଣୀ ସାଥେ...

ସୁନ୍ଦର ବିହଙ୍ଗ ଦଳ l

ପାହାଡର ଉହାଡୁ...

ଉଙ୍କି ମାରୁଛି ରବି, 

ଦେଖି ଶୋଭାରାଶି...

ଆଖି ଝଲସି ଉଠୁଛି l 


ରାମ ମନ୍ଦିର ସାଥେ...

ଡୋକ୍ରି ମାଁ ମନ୍ଦିର ଅଛି, 

ରାମନବମୀ ଦିନ...

ଉତ୍ସବ ମୁଖର ହୁଅଇ l 


ଝରଣା ପାଣି...

କାଲିଗଡ୍ ଝିଲ୍ ରେ...

ଜମା ହୁଅଇ ଯାଇ...

ଦେଖି ପକ୍ଷୀରାଶି,

ଚିଲିକା ସଦୃଶ...

ପ୍ରତୀତ ହୁଅଇ l 


ପାଖେ ଗୁଡ଼ହାଣ୍ଡି ଗୁମ୍ଫା...

ଅଛି ପ୍ରାଚୀନ କିମ୍ବଦନ୍ତୀ, 

ଏସବୁ ଐତିହ୍ୟ ପାଇଁ...

ଗର୍ବିତ ଆଜି କଳାହାଣ୍ଡି ।।


Rate this content
Log in

Similar oriya poem from Abstract