Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Inspirational

4.3  

Sambit Srikumar

Inspirational

ପ୍ରବାସ ଚିନ୍ତନ

ପ୍ରବାସ ଚିନ୍ତନ

1 min
380


 

ପ୍ରବାସେ ମନେ ପଡ଼େ ସଦା

ଗାଁ ମାଟି ମାଆର କଥା

ସ୍ନିଗ୍ଧ - ସବୁଜ - ଶୀତଳ ପଣତ

ନଇ ପଠାର କାଶତଣ୍ଡି

ବିଲ ଗହୀରର କଇଁ

ପୋଖରୀର କାଚକେନ୍ଦୁ ପାଣି

ସାଗୁଆ ଧାନ କିଆରୀ!!

ଦେବୀ ପୀଠର ଶାରଦୀୟ ପାର୍ବଣ

ଘଣ୍ଟ ଘଣ୍ଟା ଶଙ୍ଖ ନାଦ ମଧ୍ୟେ 

ପୂଜକଙ୍କ ମନ୍ତ୍ରୋଚାରଣ 

ଧାଡ଼ି ପଙ୍ଗତରେ ଜନ୍ତାଳ ଭୋଜନ!!

ପୁଣି ମନେ ପଡ଼େ

କଞ୍ଚା ଲଙ୍କା ସହ ଶାଗ ପଖାଳର ମହକ

ନବାନ୍ନ ଚୂଡ଼ାଘଷାର ନିଆରା ସୁଆଦ

ନାନାଦି ପିଠାପଣାର ସୁମିଷ୍ଟ ଆଘ୍ରାଣ!!

ପ୍ରବାସେ ପ୍ରାଣ ଝୁରେ 

ପୋଡ଼ପିଠା ବୁଢ଼ା ଚକୁଳି 

ରସଗୋଲା ଛେନାପୋଡ଼ 

କୋରାଖଇ ରସାବଳି!!

ପୁଣି ମନେ ପଡ଼ନ୍ତି

ସାଙ୍ଗ ସାଥି ବାଲ୍ୟକାଳର

ମରି ହଜି ଯାଇଥିବା ବୁଢ଼ାବୁଢ଼ୀ

କ଼ୁମାରୀଙ୍କର କୁଆଁର ପୁନେଇଁ ଗୀତ

ମନେ ପଡେ ରଜ ଦୋଳି

ହୋଲି ଦୀପାବଳୀ!!

ପ୍ରାରବ୍ଧ ଅବା କେଉଁ କୃତ କର୍ମଫଳ

ଲାଗି ଭୋଗିବାକୁ ପଡେ ଆଜି 

ନିର୍ବାସିତ ଦେଶାନ୍ତରୀ ଜୀବନ 

ଭିଟାମାଟିର କିଞ୍ଚିତ ଭାବନା ମାତ୍ରକେ 

ଅଶ୍ରୁସ୍ନାତ ହୋଇ ଯାଏ ବେନି ନୟନ!!



Rate this content
Log in