STORYMIRROR

Basant Kumar Mohapatra

Inspirational

3  

Basant Kumar Mohapatra

Inspirational

ଶିକ୍ଷକ ସର୍ବ ଆଧାର

ଶିକ୍ଷକ ସର୍ବ ଆଧାର

1 min
219

ମାଆ ଠାରୁ ଶିଖେ ପ୍ରଥମ ଅକ୍ଷର,

    ଜୀବନର ଗତିପଥ

ବିଦ୍ୟାରମ୍ଭ ପାଇଁ ବିଦ୍ୟାଳୟ ସ୍ଥାନ,

   ସମାଜେ ରହିଛି ସ୍ଥିତ।


 ବିଦ୍ୟାର ମନ୍ଦିରେ ବିଦ୍ୟାର ପୂଜକ,

   ଶିକ୍ଷାଦାନ ପାଇଁ ରତ।

ଗୁଣୀଜନ ସାଧୁ ବିଦ୍ୟାର୍ଥୀ ବତ୍ସଳ,

   ଛାତ୍ର ହିତେ ସଦା ମତ।


ନୟନ ଯୁଗଳ କରୁଣା ସାଗର,

   ହୃଦାନନ୍ଦ ମିଷ୍ଠ ଭାଷା।

ଚରିତ୍ର ନିର୍ମାତା ସମାଜେ ବ୍ୟବସ୍ଥା,

  ସତ୍ୟ ଶାନ୍ତି ବୋଧ ଆଶା।


ଜୀବନ ନିୟମ ସୁପଥ ବିକାଶ,

  ଅନ୍ଧାରୁ ଆଲୋକେ ଗତି।

ନିଃସ୍ୱାର୍ଥ ଜୀବନ ତ୍ୟାଗର ଭଣ୍ଡାର,

   ସରଳ ଚିନ୍ତନ ମତି।


ଛାତ୍ର ଛାତ୍ରୀ ମଧ୍ୟେ ସ୍ଵସନ୍ତାନ ରୂପ,

   ଚିରକାଳକୁ ଦର୍ଶନ।

ଅହରହ ଶ୍ରମ ଅବିରତ କର୍ମ,

  କରାଏ ତାଙ୍କୁ ମହାନ।


ଦୃଷ୍ଟାନ୍ତ ନିଶାନ ଉତ୍ତମ ପୁରୁଷ,

  ଈଶ୍ୱରଙ୍କର ବି ପୂଜ୍ୟ।

ଯୁଗେ ଯୁଗ ମଧ୍ୟେ ପ୍ରଭୁ ଅବତରି,

  ଗୁରୁଙ୍କୁ ପୁଜନ୍ତି ଆଦ୍ୟ।


ନିର୍ମାଣ କରନ୍ତି ମାନବ ସାଧକ,

   ସୁଫଳ ରାଷ୍ଟ୍ର ସେବକ।

ଗୁରୁଙ୍କ ଦୟାରୁ ସେହିମାନେ ଦିନେ, 

   ହୋଇଥାନ୍ତି ପ୍ରତିଷ୍ଠିତ।


ଚାଟ ସଫଳତା ଦିବ୍ୟ ତୃପ୍ତି ଲାଭ,

   ସର୍ବସ୍ୱ ସମ୍ପତ୍ତି ତାଙ୍କ।

ଜମା ଲୋଡ଼ନ୍ତିନି ବିଳାସ ବ୍ୟସନ,

    ସବୁରି ପାଇଁ ପଦାଙ୍କ।


ବିଷୟ ପୁସ୍ତକ ପଢ଼ାଇବା ସଙ୍ଗେ,

   ପଢ଼ାନ୍ତି ମାନବ ଧର୍ମ।

ଅନୁଶାସନର ପ୍ରତି ଏକ ବିନ୍ଦୁ,

   ଶିକ୍ଷାଦାନ ଭରି ମର୍ମ।


ଭାରତ ଭୂମିରେ ଚିର ପ୍ରଚଳିତ,

  ଗୁରୁ ଶିଷ୍ୟ ପରମ୍ପରା।

ମହାନ ସଂସ୍କୃତି ଦେବ ଭୂମି ମଧ୍ୟେ,

  ବିଶ୍ୱାସ ଆଦର ଭରା।


ସେବିବା ଚରଣ ବନ୍ଦନ ଚନ୍ଦନେ,

   ନିତ୍ୟ ଦିବା ନିଶି ସଦା।

ହେଉ ଯେତେ କାଳ ଜୀବନର ପଥ,

   ପ୍ରାପତ ତାଙ୍କ ବରଦା।


ଇଚ୍ଛା କରି କେହି ସୁଝି ପାରି ନାହିଁ,

   ଗୁରୁଙ୍କର ଶିକ୍ଷା ଋଣ।

ସଶକ୍ତ ଭାରତ ନିର୍ମାଣ କଳ୍ପନା,

  ହେଲେ ଉତ୍ତମ ଶିକ୍ଷଣ।

       *****



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational