STORYMIRROR

Basant Kumar Mohapatra

Inspirational

2  

Basant Kumar Mohapatra

Inspirational

ଇଏ କେମିତି ବାସନା

ଇଏ କେମିତି ବାସନା

1 min
113


କାଳେ କାଳେ ସହୀ ସେହି ସହି ସହେ,

      ସ୍ୱପ୍ନର ନଗର ଧକ୍କା।

କର୍ଦ୍ଦମ ପଙ୍କିଳ  ସର୍ପିଳ ପଥରେ,

   ଯାତ୍ରୀ ହୋଇ ହୁଏ ଥକା।


ଲାଜର ଗହଣା ହୁଅଇ ମୁକୁଳା,

   ଶୀଳ ହୀନ ପଥିକର।

ବାସନାରେ ବାସ୍ନା ଦୁର୍ଗନ୍ଧ କାମନା,

   ବାର୍ତ୍ତା ଶୁଭେ ଅହିତର।


ଏଇଟି କେମିତି ବାସନା କାମନା,

    ଭାଙ୍ଗି ଦିଏ ଶୀଳା ଖଣ୍ଡ।

ଅଜାଣତେ ଭୋଗ ଭୋଗେ ଅସମୟ,

     ଦୁର୍ଦ୍ଦିନ ଅସାଧ୍ୟ ଦଣ୍ଡ।


କିଏ ସଜାଉଛି  ଦିବ୍ୟକୁ ଦ୍ରବ୍ୟରେ,

    ହାଡ଼ ମାଂସ ରକ୍ତ ସିକ୍ତ।

ବିପଣନ ଧରି  ରଖେ ତନ ମନ,

   ଲାଭ ଆଉ କ୍ଷତ ବ୍ୟାପ୍ତ।


ଆଶା ଛୁଏଁ ନିଆଁ  ଛାତି ଆଭ୍ୟନ୍ତର,

   ଜାଳି ଦେଇ ଆଣେ ପାଂଶ।

ଗନ୍ଧ ଶୁଙ୍ଘା ଶ୍ୱାନ ପରି ପଛେ ଆସେ,

    ଶୁଙ୍ଘି ଜୀଅନ୍ତା ମାଉଁସ।


ମୂଲ୍ୟବୋଧ ହୁଏ ନିଲାମ ବଜାରେ,

    ମାନବ ଭୁଲେ ବିବେକ।

ଅସାଧ୍ୟ ବେମାର ମାନସରେ ଜନ୍ମେ,

    ଦୃଷ୍ଟି ସୃଷ୍ଟିରେ ଫରକ। 


ସଂଯମତା ବଳି  ଚଢ଼େ ଅଯାଚିତ,

    ତାନ୍ତ୍ରିକ କଳ୍ପ ସାଧନା।

ଅସାଧୁତା ଚଢ଼ି  ଗାଏ ନିରନ୍ତର,

   ଛଦ୍ମ ସଙ୍ଗୀତ ବେଦନା।


କାମାତୁର ଜନ କର୍ମହୀନ ମତି,

   ସଜାଏ ନୀରିହା ପୁଷ୍ପ।

ଝାଉଁଳିବା ପାଇଁ ଶୁଖିଯିବା ପାଇଁ,

   ଜୀବନୀ ଛଡ଼ାଇ ବାଷ୍ପ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational