STORYMIRROR

Basant Kumar Mohapatra

Others

3  

Basant Kumar Mohapatra

Others

ଓଁ ଶ୍ରୀ ଶ୍ରୀ ଗଣେଶାୟ ନମଃ

ଓଁ ଶ୍ରୀ ଶ୍ରୀ ଗଣେଶାୟ ନମଃ

1 min
70

ଓଁ କାର ଶବ୍ଦରେ ଗଣେଶାୟ ନମଃ,

    ଗଣେଶ ଚତୁର୍ଥୀ ଦିନ।

ସରଳ ସରସ  ଶାନ୍ତିରେ ପୂଜନ,

    ପ୍ରଭୁ ପାଦେ ରଖି ଧ୍ୟାନ।


ଅଗ୍ରଦେବ ଗଣପତି ଗଣଈଶ,

   ଉମାସୁତ ବିନାୟକ।

ବୁଦ୍ଧିମାନ ଜ୍ଞାନ ପଥ ପ୍ରଦର୍ଶକ,

  ବିଘ୍ନ ଓ ଶୋକନାଶକ।


ଆହେ ଜ୍ଞାନଦାତା ଘେନ ନିବେଦନ,

    ସଂସାରର ବିଘ୍ନ ହର।

ମନୁଷ୍ୟ ମତିରେ ଦିଅ ଦିବ୍ୟଜ୍ଞାନ,

   ଦୁର ହେଉ ନିଜ ପର।


ତବ କରୁଣାରୁ ପ୍ରାପ୍ତ ବିଦ୍ୟା ବୁଦ୍ଧି,

   ଅନ୍ୟର କଲ୍ୟାଣ କରୁ।

ସବୁରି ମନରୁ ଈର୍ଷା ଦୂର ହେଇ,

   ସ୍ନେହ ପ୍ରେମ ଦୟା ଭରୁ।


ଲୋଭ ଅହଂକାର ନେଇ ଯାଅ ହରି,

     ଜନମାନସ ମଧ୍ୟରୁ।

କରୁଣା ଓ କ୍ଷମା ଆସୁ ମନେ ଭରି,

     ପାପ ଜଗତରୁ ହାରୁ।


ଆଶାନ୍ତି ଆତଙ୍କ ବିଶ୍ୱକୁ ପିପଦ,

    ଧନ ଜନ ଜୀବ ନାଶ।

ସାମ୍ରାଜ୍ୟବାଦର ଶୀଘ୍ର ଅନ୍ତ ହେଉ,

   ରହୁ ସ୍ଥିର ସବୁ ଦେଶ।


ମିଥ୍ୟା ଓ ଅଧର୍ମ ପାପର ବେପାର,

    ଠକିବା ଛକିବା ନୀତି।

ସରଳ ମନୁଷ୍ୟ ଶାନ୍ତିପ୍ରିୟ ଦେଶେ,

    ନିତି ବଢ଼ୁଅଛି ଭୀତି।


ଦିଅ ହେ ଆଶୀଷ ଦିଅ ବି ସାମର୍ଥ୍ୟ,

    ଶାନ୍ତି ପ୍ରିୟ ଭାରତକୁ।

ବିଶ୍ୱେ ଶାନ୍ତି ସଦା ସ୍ଥାପନାର ପାଇଁ,

     ଆତଙ୍କ ପ୍ରତିହତକୁ।


ହୁଅନ୍ତୁ ନିର୍ମାଣ ଉତ୍ତମ ଶିକ୍ଷଣ,

   ହଟୁ ବିଦେଶର ଶିକ୍ଷା।

ସଭିଏଁ ପଢ଼ନ୍ତୁ ବେଦ ଓ ବେଦାନ୍ତ, 

   ପୁରାଣ ମାହାତ୍ମ୍ୟ ଦୀକ୍ଷା।


ଯାହା ନାହିଁ ଏଇ ଭାରତ ବର୍ଷରେ,

  ତାହା ତ ନାହିଁ ଜଗତେ।

ପୁରୁଣା ଗୌରବ ମହାନ କଥନ,

  ପୁନଃ ଉପୁଜିବ ସତେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍