STORYMIRROR

Basant Kumar Mohapatra

Romance

3  

Basant Kumar Mohapatra

Romance

ଚିଠି

ଚିଠି

1 min
240

ଚିଠି ଲେଖି ଦେଲି ମନ କଥା ଭରି,

     ଲଗେଇ ହୃଦ ଟିକଟ।

ଡାକ ବାକସରେ ସଯତ୍ନେ ଭରିଲି,

     ପହଞ୍ଚୁ ତାଙ୍କ ନିକଟ।


ପ୍ରତୀକ୍ଷା କରୁଛି ଚିଠିଟେ ଆସିବ,

     ଉତ୍ତର ସମ୍ମତି ଆଣି।

ନୂଆ ଦୁନିଆରେ ସମ୍ଭାବନା ମୟ,

   ଆଶାରେ ମିଶାଇ ବାଣୀ।


ହୃଦୟର କଥା ହୃଦୟୁ ଆସିବ,

  ବାର୍ତ୍ତା ଶ୍ରଦ୍ଧା ପ୍ରୀତି ପୂର୍ଣ୍ଣ।

ଆତୁର ହେଲାଣି ଶୁଣିବାକୁ ଥରେ,

   ମିଠା ସ୍ଵର ମନ କର୍ଣ୍ଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance