ବସନ୍ତ ଉତ୍ସବ
ବସନ୍ତ ଉତ୍ସବ
ବସନ୍ତ ସବୁଜ ପ୍ରୀତିର ପ୍ରତିମା,
ତନେ ମନେ ଆଲୋଡ଼ନ।
ହରିତ ପଲ୍ଲବ ଶାଳୀନ ନିର୍ମାଣ,
ଉତ୍ସାହର ରଙ୍ଗମାନ।
ରଙ୍ଗର ପରବ ପାଳିବା ହରଷେ,
ପ୍ରେମର ଅବିର ଭରି।
ମାନସ ରଙ୍ଗରେ ରଙ୍ଗେଇ ସଂସାର,
ବସନ୍ତର ବାର୍ତ୍ତା ଧରି।
ଦୋଳିରେ ଝୁଲନ୍ତି ଦୋଳ ଗୋବିନ୍ଦ ସେ,
ଜଗତ ଖେଳାନ୍ତି ଦୋଳି।
ବସନ୍ତ ରାସରେ କୁଞ୍ଜବନେ ମେଳ,
ଉତ୍ସବ ଦେଖିବା ଅଳି।
ସୁନ୍ଦର ସଂସାର ସୁନ୍ଦର କରିବା,
ଫଗୁଣରେ ଫଗୁ ଭରି।
ଖୁସି ପିଚକାରୀ ଆନନ୍ଦ ବିଛୁରି,
ବସନ୍ତ ଉତ୍ସବ କରି।
ଅଳପ ଶୀତକୁ ଆଳାପରେ ଗ୍ରୀଷ୍ମ,
ଉଷ୍ମତାର ଆଗମନ।
ପ୍ରକୃତି ଆକୃତି ହସେ ଖିଲି ଖିଲି,
ବହେ ମଳୟ ପବନ।
ଗର୍ବ ଅହଙ୍କାର ହୋଲିକା ଦହନ,
ଚକ୍ରାନ୍ତ ଚକ୍ରର ଅନ୍ତ।
କିଏ କରି ପାରେ ସତେ ବଳବନ୍ତ,
ଯା' କୁ ରଖିବେ ଅନନ୍ତ।
କୋକିଳ କଣ୍ଠରେ ବସନ୍ତ ସ୍ଵାଗତ,
ଆମ୍ର ମଞ୍ଜରୀ ସୁବାସ।
ମଳୟ ସମୀର ବହେ ଉପବନେ,
ତନ ମନ ହସ ହସ।
ଆଶା ଅସୁମାରୀ ଭରା ଏ ବସନ୍ତ ,
ଆବାଳ ବୃଦ୍ଧ ଜନରେ।
ଖୁସି ଉପହାର ପ୍ରେମର ସାଗର,
ଏଇ ହାତ ପାଆନ୍ତାରେ।
ବସନ୍ତ ବର୍ଣ୍ଣନା ଅସମ୍ଭବ ପ୍ରାୟ,
କବି କଲମ ଲିଖନ।
ଋତୁରାଜ ପରା ଉପଭୋଗ ଦିଏ,
ଉତ୍ସବର ଆୟୋଜନ।
ବସନ୍ତ ଆସଇ ରଙ୍ଗ ସାଥେ ଧରି ,
ସ୍ନେହ ଆଦରକୁ ନେଇ।
ଦୋଳ ଯାତରାରେ ପ୍ରଭୁଙ୍କ ମେଳଣ,
ଭକ୍ତ ଥିବ ସ୍ତୁତି ଗାଇ।
ଏଇ ସେହି ରଙ୍ଗ ବସନ୍ତ ଋତୁର ,
ଥରେ ଯଦି ଲାଗି ଯାଏ ।
ଆଜୀବନ ମନେ ସାଇତି ରହଇ,
ସ୍ମୃତି ମଧ୍ୟେ ଚିହ୍ନ ଥାଏ।
ପଳାଶ କୁସୁମ ରଙ୍ଗ ପାଚିଲାଣି,
ବସନ୍ତ ଚିହ୍ନରେ ମଜ୍ଜି।
ପ୍ରକୃତିର ରଙ୍ଗ ଭାରି ସୁରକ୍ଷିତ,
ହୋଲି ପାଇଁ ମିତ୍ର ସାଜି।
ନବ ବର ବଧୂ ବିବାହ ବନ୍ଧନେ,
ପ୍ରଣୟର ମନ୍ତ୍ର ପଢ଼ି।
ପ୍ରଥମ ବସନ୍ତ ପ୍ରେମ ଭକ୍ତି ଭରା,
ରଙ୍ଗେ ରଙ୍ଗେ ପଥ ଚଢ଼ି।
ଫୁଲ ବଉଳ ବେଣୀରେ ଗାଉଥିବା,
ବଉଳ ବସିବା ଆସ।
ବସନ୍ତ ରହିବ ସାକ୍ଷୀ ହୋଇ ଆମ,
ଭରସା ସାଥେ ବିଶ୍ଵାସ।
ଚାଷୀ ଭାଇ ମୁଖେ ହସ ଫୁଟିଲାଣି,
ଶସ୍ୟ ଅମଳର ପରେ।
ଦୋଳ ପୂର୍ଣ୍ଣିମାରେ ପ୍ରଭୁଙ୍କ ପୂଜନ,
ବସନ୍ତ ଅବସରରେ।