STORYMIRROR

Basant Kumar Mohapatra

Others

3  

Basant Kumar Mohapatra

Others

ଓଜୋନ

ଓଜୋନ

1 min
202


ଅମଳଜାନର  ବହୁରୂପ ସେହି,

   ହୁଏ ଏ ଗ୍ୟାସ୍ ଓଜୋନ ।

ପୃଥିବୀ ଉପରେ ସ୍ତରଟିଏ ହୋଇ,

    କରିଥାଏ  ଆବରଣ।


ସୂର୍ଯ୍ୟ ଠାରୁ ଆସେ ନିତି କିରଣରେ,

     ରଶ୍ମି ଅତି ବାଇଗଣି ।

ଯେ କ୍ଷତି କାରକ ପ୍ରାଣୀ ଜଗତକୁ,

    ଓଜୋନ ନିଏ ତା ଛାଣି।


ଓଜୋନ ଛିଦ୍ରତା  ବାୟୁ ପ୍ରଦୂଷଣ,

  କ୍ଲୋରୋ ଫ୍ଲୋର କାର୍ବନରୁ।

ଅତି ବାଇଗଣି  ରଶ୍ମି ଦେହେ ପଡ଼େ,

   ଭୋଗେ କର୍କଟ ରୋଗରୁ।


ଓଜୋନ ଦିବସେ ଓଜନ ମାନସେ,

     ହେଉ ଚିନ୍ତନ ମନ୍ଥନ।

ଓଜୋନର ସ୍ତର  ହେଲେ ସୁରକ୍ଷିତ,

    ଜୀବିତ ରହିବେ ଜନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍