STORYMIRROR

SWAGAT MISHRA

Inspirational

3  

SWAGAT MISHRA

Inspirational

ଗୁରୁ ବନ୍ଦନା

ଗୁରୁ ବନ୍ଦନା

1 min
386

ତୁମେ ମୋର ବ୍ରହ୍ମା ତୁମେ ମୋର ବିଷ୍ଣୁ

ତୁମେ ଦେବ ମହେଶ୍ଵର,

ତୁମରି ଆଶିଷେ ଏ ଜୀବନ ଗଢା

ତୁମେ ହିଁ ସାକ୍ଷାତ ଈଶ୍ୱର ।।

ତୁମରି ପ୍ରୟାସେ ଅପସରି ଯାଏ

ଅଜ୍ଞାନର ଅନ୍ଧକାର,

ଆଲୋକିତ ହେଉ ତୁମେ ଜାଳୁଥିବା

ଜ୍ଞାନର ପ୍ରଦୀପ ନିରନ୍ତର ।।

ଆଜି ମୁଁ ପାଇଛି ନିଜ ପରିଚୟ

କେବଳ ତୁମରି ପାଇଁ,

ତୁମ ଶୁଭାଶିଷ ମଥାପରେ ଥିଲେ

କାହାକୁ ଡରନାହିଁ ।।

ତୁମରି ଆଦେଶ ତୁମରି ନିର୍ଦ୍ଦେଶ

ପାଳିଛି ମୁଁ ପ୍ରତିକ୍ଷଣେ,

ତୁମ ଉପଦେଶ ଭୁଲିନାହିଁ କେବେ

ସାଇତି ରଖିଛି ମନେ ।।

ଚିର ପୂଜନୀୟ ଚିର ବନ୍ଦନୀୟ

ତୁମେ ସଦା ସ୍ମରଣୀୟ,

ତୁମ ଆଶୀର୍ବାଦେ ମୋ ଜୀବନେ ହେଲା

ନୂତନ ସୂର୍ଯ୍ୟର ଉଦୟ ।।

ତୁମ ସମ ନାହିଁ ଆଦର୍ଶ ପୁରୁଷ

ଦେଖିନାହିଁ ତିନି ଭୁବନେ,

ପ୍ରତିଟି ଜନମେ ଗୁରୁ ହୋଇ ତୁମେ

ଆସୁଥାଅ ମୋର ଜୀବନେ ।।

ନିଜ ଯଶ ସବୁ ତୁମ୍ଭ ଶ୍ରେୟ ଅଟେ

ତୁମ ପାଦେ କୋଟି ପ୍ରଣାମ,

ତୁମରି ସେବାରେ ଏ ଜୀବନ ଯାଉ

ନିଜକୁ କଲି ମୁଁ ସମର୍ପଣ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational