STORYMIRROR

SWAGAT MISHRA

Romance

3  

SWAGAT MISHRA

Romance

ସ୍ପର୍ଶ

ସ୍ପର୍ଶ

1 min
211

ତୁମେ ଭାବୁଥିବ ତୁମର ସ୍ପର୍ଶରେ

ମୁଁ ବିଚଳିତ ହୁଏନି

ତୁମ ପାଇଁ ହୃଦୟ 

ପ୍ରକମ୍ପିତ ହୁଏ ନାହିଁ

ତୁମକୁ କେମିତି

ବୁଝାଇବି କେଜାଣି

ଶବ୍ଦ ଗୁଡାକ 

ଯେମିତି ବିସ୍ମୃତ

ହୋଇଯାଇଛି

ମୋ‌ ଆୟତରେ ଆଜି

କିଛି ବି ନାହିଁ

ଏ ସବୁ ନିରୋଳାରେ

କେବେ ଭାବିବାକୁ

ଚେଷ୍ଟା କରିଛ କି ନାଇଁ

ତାହା ମୋ ଚିନ୍ତନର ବାହାରେ

କିନ୍ତୁ ଏହା ନିରାଟ ସତ୍ୟ

ତୁମ ଉପସ୍ଥିତିରେ ମୁଁ

ନିଜକୁ ସମ୍ପୂର୍ଣ୍ଣ ଭୁଲିଯାଏ

ତୁମ ନୟନରେ 

ଦେଖିଚାଲେ ମୋ ପ୍ରତିଛବିକୁ

ତୁମକୁ ନିକଟରେ ପାଇଲେ

ମୋ ଶ୍ବାସ ପ୍ରଶ୍ବାସର ଗତି

ଦ୍ରୁତ ଗତିରେ ଧାବନ କରି

ତୁମକୁ ବାନ୍ଧି ରଖିବାର

ସତଚେଷ୍ଟା କରେ

ମୋ ନିଃଶ୍ୱାସର ଉତ୍ତାପରେ

ତୁମ ଶରୀର ମଧ୍ୟେ

ଶିହରଣ ସୃଷ୍ଟି କରିବାର

ପ୍ରୟାସ କରିଚାଲେ

ତୁମର ଛୁଆଁ ରେ

ମୋ ଶରୀରରୁ

ନିର୍ଗତ ହେଉଥିବା

ଜଳ ବୁନ୍ଦାର ରହସ୍ୟ

କ'ଣ ଜାଣିଛ

କାହିଁକି ଅଜସ୍ର

ବୋହି ଚାଲେ 

ମୋ ମୁଖର ଚମକ

ହଠାତ୍ କିପରି ବଢିଯାଏ

ସେ ସବୁର କାରଣ ତୁମେ.....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance