ଆସ ଆମେ...
ଆସ ଆମେ...

1 min

273
ଆସ ଆମେ ପ୍ରସ୍ତୁତ କରିବା
ସମ୍ପର୍କର ଏକ ନୂତନ ସେତୁ
ଯେଉଁଠି ଭାଙ୍ଗିବାର ଭୟ ନଥିବ,
ଆସ ଆମେ ନିର୍ମାଣ କରିବା
ଭିନ୍ନ ଏକ କୋଣାର୍କ
ଯାହାକୁ ଏ ଦୁନିଆ ଦେଖିବ
ସୌନ୍ଦର୍ଯ୍ୟକୁ ଦେଖି ବିମୋହିତ ହେବ,
ଆସ ଆମେ ତୋଳିଦେବା
ପ୍ରେମର ପ୍ରତୀକ ତାଜମହଲ
ଆମ ନାମ ଇତିହାସରେ ଲିପିବଦ୍ଧ ହେବ
ଅତୀତର ଗାରିମାକୁ ବିଶ୍ୱ ଗାଉଥିବ ।