STORYMIRROR

SWAGAT MISHRA

Romance

3  

SWAGAT MISHRA

Romance

ବର୍ଷା

ବର୍ଷା

1 min
246

ମୁଁ ଆଉ ମୋ ଛତା

ତୁମବିନା ଭିଜୁଥିଲୁ ବର୍ଷାରେ

ଦୁହେଁ ଆମେ ସାଥି ହୋଇ

ପୁରୁଣା ସ୍ମୃତି ସବୁ ମନେ ପକାଇ

ମେଘର ଘଡ଼ଘଡ଼ି ଶବ୍ଦରେ

ବିଜୁଳିର ଚମକରେ

ଜାବୁଡ଼ି ଧରିଥିଲ ମତେ ଡରରେ

କଲେଜର ବାରଣ୍ଡାରେ

ତୁମର ସେ ଯାଦୁକରୀ ସ୍ପର୍ଶରେ

ଭିଜିସାରିଥିଲା ମୋର ତନୁ ଆଉ ମନ

ତୁମ ପ୍ରେମର ପରଶରେ

କଳା ମେଘ ଦେଖି ମୟୂର ନାଚିଲା ପରି

ତୁମେ ଧାଇଁଗଲ ଭିଜିବାକୁ ବର୍ଷାରେ

ମତେ ବି ଭିଡ଼ିଥିଲ ତୁମ ସାଥିରେ

ଇଛା ନଥାଇ ମୁଁ ଭିଜିଥିଲି ବାଧ୍ୟରେ

ସେବେଠାରୁ ଭିଜେ ମୁଁ ଯେବେ ବର୍ଷାରେ

ତୁମ କଥା ବେଶି ମନେ ପଡେ

ଭାବେ ତୁମେ ଫେରିଆସିବ କି

ଭିଜିବା ସାଥି ହୋଇ ପୁଣିଥରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance