ବର୍ଷା
ବର୍ଷା
ମୁଁ ଆଉ ମୋ ଛତା
ତୁମବିନା ଭିଜୁଥିଲୁ ବର୍ଷାରେ
ଦୁହେଁ ଆମେ ସାଥି ହୋଇ
ପୁରୁଣା ସ୍ମୃତି ସବୁ ମନେ ପକାଇ
ମେଘର ଘଡ଼ଘଡ଼ି ଶବ୍ଦରେ
ବିଜୁଳିର ଚମକରେ
ଜାବୁଡ଼ି ଧରିଥିଲ ମତେ ଡରରେ
କଲେଜର ବାରଣ୍ଡାରେ
ତୁମର ସେ ଯାଦୁକରୀ ସ୍ପର୍ଶରେ
ଭିଜିସାରିଥିଲା ମୋର ତନୁ ଆଉ ମନ
ତୁମ ପ୍ରେମର ପରଶରେ
କଳା ମେଘ ଦେଖି ମୟୂର ନାଚିଲା ପରି
ତୁମେ ଧାଇଁଗଲ ଭିଜିବାକୁ ବର୍ଷାରେ
ମତେ ବି ଭିଡ଼ିଥିଲ ତୁମ ସାଥିରେ
ଇଛା ନଥାଇ ମୁଁ ଭିଜିଥିଲି ବାଧ୍ୟରେ
ସେବେଠାରୁ ଭିଜେ ମୁଁ ଯେବେ ବର୍ଷାରେ
ତୁମ କଥା ବେଶି ମନେ ପଡେ
ଭାବେ ତୁମେ ଫେରିଆସିବ କି
ଭିଜିବା ସାଥି ହୋଇ ପୁଣିଥରେ ।