ଗୁରୁ
ଗୁରୁ

1 min

190
ପ୍ରଣାମ ସାର୍,
ଆପଣଙ୍କୁ ନେଇ ଲେଖିବା ପାଇଁ ମୋ କଲମରେ ଶବ୍ଦ ନାହିଁ । ଆପଣ ମୋ ପାଇଁ ପ୍ରେରଣାର ଉତ୍ସ । ଆପଣଙ୍କ ଠାରୁ ଅନୁପ୍ରାଣିତ ହୋଇ, ଆପଣଙ୍କୁ ଅନୁସରଣ କରି ଦୁଇ ପାଦ ଆଗେଇ ଆସିଛୁ । ଆଜିର ପବିତ୍ର ଗୁରୁଦିବସରେ ଆପଣଙ୍କ ଉଦେଶ୍ୟରେ ଦୁଇ ପଦ ଉତ୍ସର୍ଗ କରୁଛି ।
ଆମ ଜୀବନର ଅଜ୍ଞାନ ଅନ୍ଧାରେ
ତୁମେ ଜ୍ଞାନର ଆଲୋକ ଶିଖା,
ତୁମ କଥା ମାନି ପଥ ଚାଲୁଥିବୁ
ପାଇଅଛୁ ଯାହା ଶିକ୍ଷା ।
ତୁମେ ଅଦ୍ୱିତୀୟ ଚିର ପୂଜନୀୟ
ସ୍ଵତନ୍ତ୍ର ତୁମରି ସ୍ଥାନ,
ତୁମେ ବନ୍ଦନୀୟ ଚିର ସ୍ମରଣୀୟ
କେହି ନୁହେଁ ତୁମ ସମ।
ତୁମରି ଆଦର୍ଶ ଆଦେଶ, ନିର୍ଦ୍ଦେଶ
ଆମପାଇଁ ସବୁ ଲକ୍ଷଣରଖା,
ତୁମରି ଆଶୀଷ ମଥାପରେ ଥିଲେ
ପିନ୍ଧିବୁ ବିଜୟ ଟୀକା ।
ପୂଜ୍ୟ ଗୁରୁଜୀ ଡ. ମନୋରଞ୍ଜନ ବିଶୋୟୀଙ୍କୁ ମୋର କୋଟି ପ୍ରଣାମ ।