STORYMIRROR

SWAGAT MISHRA

Inspirational

3  

SWAGAT MISHRA

Inspirational

ଗାନ୍ଧୀ ତୁମେ ପୁଣି ଫେରିଆସ

ଗାନ୍ଧୀ ତୁମେ ପୁଣି ଫେରିଆସ

1 min
77

ଗାନ୍ଧୀ ତୁମେ ପୁଣି ଫେରିଆସ

ଟେକି ଦେଇଥିଲ ଯେଉଁମାନଙ୍କ ହାତରେ

ତୁମରି ସ୍ଵାଧୀନ ଭାରତ

ସୁନାର ଦେଶକୁ ପିତ୍ତଳ କରିଲେ

କରି ସବୁ ଆତ୍ମସାତ

ରକ୍ଷକ ଆଜି ଭକ୍ଷକ ସାଜି

କରୁଛନ୍ତି ସର୍ବନାଶ

ଗାନ୍ଧୀ ତୁମେ ପୁଣି ଫେରିଆସ l


ତୁମରି ସ୍ୱପ୍ନର ରାମରାଇଜରେ

ରାମମାନେ ସବୁ ଆହତ

ରାବଣ ଶାସନେ ଅତିଷ୍ଠ ହେଲେଣି

ଯେତେ ଅଶିକ୍ଷିତ, ପଣ୍ଡିତ

ଲଙ୍କାଗଡ଼େ ଯିଏ ବିଭିଷଣ ହେଲା

କରାଯାଏ ତାକୁ ନିହତ

କୋଟି ଜନତାର ରକ୍ଷାକରିବାକୁ

ରାକ୍ଷସର ହେଉ ବିନାଶ

ଗାନ୍ଧୀ ତୁମେ ପୁଣି ଫେରିଆସ l


ଆଶା ଅଛି କାଳେ ତୁମ ଫେରିବାରେ

ଦୂର ହେବ ସବୁ କଷଣ

ସତ୍ୟ, ଅହିଂସାର ମନ୍ତ୍ର ବଳରେ

ନିଧନ ହୋଇବେ ରାବଣ

ତୁମକୁ ସ୍ଵାଗତ କରିବାକୁ

ତତ୍ପର ଭାରତ ସନ୍ତାନ

ଲୁହ ଶୁଖିଯିବ, ଦୁଃଖ ଦୂର ହେବ

ସଭିଙ୍କ ଓଠରୁ ପୁଣି ଫୁଟି ଉଠିବ ହସ

ଗାନ୍ଧୀ ତୁମେ ପୁଣି ଫେରିଆସ

ଗାନ୍ଧୀ ତୁମେ ପୁଣି ଫେରିଆସ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational