STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ହେ ଈଶ୍ୱର,ଏତିକି ହିଁ ଅଳି ଆମର

ହେ ଈଶ୍ୱର,ଏତିକି ହିଁ ଅଳି ଆମର

1 min
238

ଆହେ ଈଶ୍ୱର ଆହେ ନିରାକାର  

ତୁମେ ସର୍ବେସର୍ବା ବିଶ୍ୱର

ତୁମେ ହର୍ତା କର୍ତ୍ତା ଭାଗ୍ୟ ବିଧାତା 

      ତୁମେ ବିନା ବିଶ୍ୱ ନଶ୍ୱର......


ତୁମରି ଇଙ୍ଗିତେ ସୃଷ୍ଟି ଆତଯାତ

ତୁମେ ହିଁ ଶକ୍ତିର ଆଧାର

ତୁମ ବିନା ପତ୍ର ଟିଏ ହଲେ ନାହିଁ

      ତୁମ ବିନା ସବୁ ଅନ୍ଧାର......


ଜନମ ମରଣ ସବୁ ତୁମ ଦାନ

ଆମେତ ନିମିତ୍ତ ମାତର

କରାଉଛ ତୁମେ ତୁମ ଇଚ୍ଛା ଯାହା

       ତୁମ ବିନା ଆମେ ବେକାର....


ସବୁ ଧର୍ମରେ ତୁମେ ହିଁ ରହିଅଛ

ନାନା ରୂପେ ନାନା ରୂପର

ଧର୍ମ ଧର୍ମ କହି ମାନବ ସମାଜ

      କରନ୍ତି ପାତର ଅନ୍ତର.......


ଆହେ ଈଶ୍ୱର ଆହେ ନିରାକାର

ତୁମେ ହର୍ତା କର୍ତା ବିଶ୍ୱର

ଭୁଲ ଧରିବନି ମଣିଷ ମାନଙ୍କ

      ତୁମେ ପରା ଦୟା ସାଗର.....


ପ୍ରଣାମ ଘେନ୍ତୁନ୍ତୁ ହେ ଦୟା ସାଗର

ଭୁଲଧରିବନି ବିଶ୍ୱ ବାସୀର

ସାରା ବିଶ୍ୱକୁ ଶାନ୍ତିରେ ରଖନ୍ତୁ

       ଏତିକି ହିଁ ଅଳି ଆମର.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational