STORYMIRROR

ସନାତନ ଦାସ

Inspirational

3  

ସନାତନ ଦାସ

Inspirational

ହେ ଗୁରୁଦେବ

ହେ ଗୁରୁଦେବ

1 min
402

ହେ ଗୁରୁଦେବ, ତୁମ ପାଦ ତଳେ କରେ ପ୍ରଣାମ,

ତୁମରି ହାତରେ ଲଭିଛି ମୋର ଏ ନୂଆ ଜନମ..!!


ତବ ଆଦର୍ଶରେ ଗଢା ଆମ ଏ ଜୀବନ,

କଣ୍ଟକିତ ପଥରେ ତୁମେ ଫୁଟାଇଛ ସୁମନ..!!


ବଟ ବୃକ୍ଷ ପରି ଆମକୁ ସାହାରା ଦେଇଛ,

ଭବିଷ୍ୟ ଦୃଢ଼ କରି ଆମକୁ ଋଣୀ କରିଛ...!!


ଅଜ୍ଞାନ ଅନ୍ଧାରକୁ ତୁମେ ଦୂର କରି ଅଛ,

ଜ୍ଞାନର ଆଲୋକ ଦେଇ ଶିକ୍ଷିତ କରିଛ..!!


ତୁମ ସ୍ନେହ ଶ୍ରଦ୍ଧା ପାଇଁ ମୁଁ କୃତାର୍ଥ ହୋଇଛି,

ତୁମକୁ ମାତା ପିତା ଆଉ ଈଶ୍ୱର ମାନିଛି..!!


ସେବାକୁ ଜୀବନରେ ତୁମେ କରିଅଛ ବ୍ରତ,

ତବ ବ୍ୟକ୍ତିତ୍ଵ ଦେଖି ମୁଁ କରୁଅଛି ମଥାନତ..!!


ଭୁଲ ଥିଲେ କର କ୍ଷମା ଉଣା ନା କରି ମନ,

ଆଶିଷ ଦିଅ ଢାଳି ଆମେ ତୁମ ଅଝଟ ସନ୍ତାନ..!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational