STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ପରିବାର

ପରିବାର

2 mins
193


  ପରୋପକାର, ଶିକ୍ଷା ଓ ସଂସ୍କାର

  ଦେଇଥାଏ ଆମକୁ ଯିଏ

 ପରସ୍ପର ମଧ୍ୟେ ସ୍ନେହ, ମମତାର

  ରଜୁରେ ଯେ ବାନ୍ଧିଥାଏ

 ପରିବାର ବୋଲି ନାମଟି ତାହାର

  ଆମେ ତାକୁ କହିଥାଏ ।


 ମା'ର ସ୍ନେହ ବାପାଙ୍କ ଆକଟ

 ଭ୍ରାତା, ଭଗ୍ନିଙ୍କର ମମତାର ଚିତ୍ରପଟ

 ଯେଉଁଠି ଆମ ମନେ ଓ ହୃଦେ

 ଝଲସି ଥାଏ 

 ପରିବାର ବୋଲି

 ସୁନ୍ଦର ସମ୍ପର୍କର ଡୋର ବୋଲି

  ତାକୁ ଆମେ କହିଥାଏ ।


 ମର୍ତ୍ତ୍ୟ ବୈକୁଣ୍ଠ ସେ

  ସରଗଠୁ ଅଟେ ସୁନ୍ଦର

 ବିଶ୍ଵ ଜନନୀର ଆଦ୍ୟ ଅନୁଷ୍ଠାନ

 କେଡେ ସେ ଅଟେ ମହତ୍ତର

 କେତେ ଘାତ ପ୍ରତିଘାତ ମଧ୍ୟେ

 ରହିଛି ରହିବ ଚିହ୍ନ ଓ ସ୍ମୃତି ହୋଇ

 ଆମ ସଂସ୍କୃତି ପରମ୍ପରାର

 ସେ ଆମ ଜନ୍ମଭୂମି, କର୍ମଭୂମି

 ଆମ ଏନ୍ତୁଡ଼ିଶାଳ, ଶିକ୍ଷା ଓ ବିକାଶର

 କେଡେ ମନୋରମ ପରିବେଶ ତା'ର

 ସତେ କେତେ ଅଟେ ସେ ସୁନ୍ଦର 

   ଆମ ପ୍ରଗତି, ଆମ ଦେଶ ଭକ୍ତି

   ସବୁର ସୃଷ୍ଟି କର୍ତ୍ତ୍ରୀ ଆମ ପରିବାର ।


  ରୋଗ, ଶୋକ, ଦୁଃଖୁ

    ମୁକୁଳାଏ ସେ ଆମକୁ

  ହଟାଏ ବିପଦ ଦିଏ ଆମକୁ ସମ୍ପଦ

 ଖେଳାଏ ଆମ ମନେ ଯେ

  ଆନନ୍ଦ ଓ ସୁଖର ଲହର

  ବିଶ୍ଵାସେ ଗଢା ଆମ ଏ ସଂସାର

  ସଭିଙ୍କୁ ନେଇ ତ୍ୟାଗ, ସ୍ନେହ ଓ ଶ୍ରଦ୍ଧାର

   ଡୋରିରେ ଗଢା ଜୀବନ ଆମର

   ଶାନ୍ତି, ମୁକ୍ତି, ଭକ୍ତି ଓ ଯୁକ୍ତିର

    ପଥ ପ୍ରଦର୍ଶକ

    ସେ ଆମ ପରିବାର ।

   

   ମୂଳପିଣ୍ଡ ସେହି ପୃଥିବୀ ମାତାର

    ଲୋଡା ନ ଥାଏ ସେଠି

    ଧନ ସମ୍ପଦର ସମ୍ଭାର

   ଜନ୍ମ ଠାରୁ ମୃତ୍ୟୁ ଯାଏଁ

   ପରସ୍ଫର ମଧ୍ୟେ ଲୋଡା ପଡ଼ିଥାଏ

   କେବଳ ସମ୍ପର୍କ ସ୍ନେହ ମମତାର 

   ଜନନୀ ଜଠରୁ ହୋଇ ଭୂମିଷ୍ଠ

    ଯାହା କୋଳେ ଆମେ ହେଉ ବଳିଷ୍ଡ

   ସେହି ଆମ ଘର ସେ ଆମ ସଂସାର

  ପିତା, ମାତା, ପିତାମହ, ପିତାମହୀ

   ସଭିଙ୍କୁ ନେଇ ଗଠିତ ଆମ ଏ

   ସ୍ଵର୍ଗ ସମ ଘର ପରିବାର ।

   ବିଶ୍ଵାସେ ମିଳଇ ହରି

   ତର୍କେ ବହୁଦୂ୍ର

  ଭାବର ଡୋରିରେ, ଭାବ ବନ୍ଧନରେ

   ଗଢା ଆମ ଏ ଅନୁଷ୍ଠାନ

   ନାମଟି ତାହାର ଅଟେ

    ଆମ ପରିବାର ।


   ଶିଖାଏ ଆମକୁ ପରକୁ ଆପଣା କରିବାର

    କଳି ତକରାଳ ଠାରୁ କୁହେ ରହିବାକୁ ଦୂର

   ଦିଏ ସେହି ଧୈର୍ଯ୍ୟ ଦିଏ ସେ ସାହାସ

  ରଖିବାକୁ ସୁସ୍ଥ ଓ ସୁନ୍ଦର ଆମ ପରିବେଶ

  ଶୁଖିଲା ମୁହଁରେ ଫୁଟାଇବାକୁ ହସ

   ଭୋକିଲା ପେଟରେ ଦାନା ଦେଇ

   ରଚିବାକୁ ସଂଘର୍ଷ

    ଶିକ୍ଷା ଦିଏ ଯେ ଆମକୁ ନିରନ୍ତର

   କେ ନୁହେଁ ସେ ଆଉ

    ସେ ଆମ ଆଦ୍ୟ ଅନୁଷ୍ଠାନ ଶୃଙ୍ଖଳାର 

     ସେ ଆମ ପରିବାର ।

  

   ଜନ୍ମ ନିୟନ୍ତ୍ରଣ, କର୍ମ ନିୟନ୍ତ୍ରଣ

    କର୍ମ ନିଯୁକ୍ତିର ଅଟେ ସେ

    ଶିଖା ଜ୍ଞାନ ଆଲୋକର

  ଦୁର୍ନୀତି ମୁକ୍ତ, ଭ୍ରଷ୍ଟାଚାର ମୁକ୍ତ

   କର୍ମ ସଂସ୍ଥାନ ଯୁକ୍ତ

   ପଥ ପ୍ରଦର୍ଶକ ଅଟେ

   ଶାନ୍ତି, ମୈତ୍ରୀର

  ସର୍ବ ପୁରାତନ ଅଟେ 

  ଏହି ଅନୁଷ୍ଠାନ

  ଜୀବ ଓ ପରମଙ୍କ ନିଦର୍ଶନ

   ଜାତୀୟ ଏକତା ଜାତିର ନିର୍ମାତା

    ଅଟେ ଆମ ସଭିଙ୍କର

   ଆମ ଗର୍ବ, ଗୌରବର କେନ୍ଦ୍ରବିନ୍ଦୁ

    ଚିର ସୁନ୍ଦର ଆମ ସଭିଙ୍କର

    କେନ୍ଦ୍ରବିନ୍ଦୁ ଅଟେ 

    ପରସ୍ପର ମଧ୍ୟେ ଥିବା ଆମ ଆକର୍ଷଣର

     ଆମ ସରଗ ସମ ପରିବାର ।


   ସେ ଆମ ଗଣିତ, 

      ଆମ ଜୀବନ ସଂଗୀତ

   ଆମ ଇତିହାସ,ଆମରି ଭୂଗୋଳ

  ଆମ ଇତି କଥା, ଆମ ଗୀତି କଥା

   ଆମ ଐତିହ୍ୟ ଐତିହ୍ୟ ଆମ ଏ

   ଚିର ସୁନ୍ଦର ସୃଷ୍ଟିର

  ସବୁ ପରିକଳ୍ପନାର ଜନନୀ

   ସମଗ୍ର ସୃଷ୍ଟିର ଧାରିଣୀ

  ସେ ପାଇଁ ଆମ ସେ ଜନନୀ

  ଆମକୁ କରାଏ ସେ ସଦା ସର୍ବଦା

    ଆନନ୍ଦ ଓ ହର୍ଷରେ ବିଭୋର

  ସେ ଦିଏ ଜ୍ଞାନ ସମତାର, ମମତାର

   ସେ ପୁଣି ଦିଅଇ ସଦ୍ ଜ୍ଞାନ

   ସେଠି ଅନ୍ତ ହୋଇଥାଏ

   ଶ୍ରେଣୀ ସଂଘର୍ଷର

  ନାହିଁ ଉଚ୍ଚ ନୀଚ୍ଚ ଭେଦ ଭାବର

   ସୃଷ୍ଟିର ସୁନ୍ଦରତମ ପରିକଳ୍ପନା

   ସେ ଆମ ପରିବାର ।

  

  ଶ୍ରୀକୃଷ୍ଣ, ବୁଦ୍ଧ, ଏଞ୍ଜେଲ୍ସ ଙ୍କ ଦ୍ଵାରା ସୃଷ୍ଟ

    ସମତା ମମତାରେ ଭରା ସାମ୍ୟବାଦ ର

   ସେ କଳ୍ପ କଳ୍ପ ଧରି ଅଟେ ଆମ ମହାଗଳ୍ପର

   ସେ ସ୍ଵର୍ଗ, ସେ ମର୍ତ୍ତ୍ୟ, ସେ ପାତାଳ

   ସେ ଆମ ପାଇଁ ଅଟେ ତ୍ରିପୁର

   ସେ ସୃଷ୍ଟିର ସୁନ୍ଦରତମ ଆମ ପରିବାର ।


 

   

   



    

   


Rate this content
Log in

Similar oriya poem from Abstract