STORYMIRROR

Alaka Nanda

Abstract Inspirational

4  

Alaka Nanda

Abstract Inspirational

ଜୀବନ

ଜୀବନ

2 mins
188

ଘର ଆଗେ ଥିଲା ଓସ୍ତ ଗଛ ଟିଏ,

ଆସିଲା କାହୁଁ ଚଢେଇ ଗୋଟିଏ।

ପରଦିନ ଦେଖିଲି ମୁଁ ଦୁଇଟି ଚଢେଇ,

କେଳି କରନ୍ତି ଦିହେଁ ଥଣ୍ଟ କୁ ମିଶାଇ।

ଦେଖି ତାଙ୍କୁ ମନ ମୋର ପ୍ରଫୁଲ୍ଲିତ ହୁଏ,

ସବୁଦିନ ଗଛ ପରେ ତାଙ୍କୁ ଦେଖୁଥାଏ ।(1)

ସକାଳୁ ଦେଖିଲି ଦିନେ ଚଢେଇ ଦୁଇଟି,

ଧରି ଆଣୁଛନ୍ତି ଯାଇ କାହୁଁ କୁଟା କାଠି।

ଦିହେଁ ଲାଗିପଡିଛନ୍ତି ବସା ବାନ୍ଧି ବାରେ,

ଚାହୁଁ ଚାହୁଁ କି ସୁନ୍ଦର ବସା ଟେ ବାନ୍ଧି ଲେ।

ଦୁଇ ଡାଳ ମଝିରେ ସେ ବସା ଟି ତାଂକର ,

ଦିଶୁ ଥାଏ ଆହା! ସତେ କେଡେ ମନୋହର ।(2)

କିଛିଦିନ ପରେ ଦେଖେ ଅଣ୍ଡା ଚାରିଗୋଟି,

ତା ଉପରେ ବସେ ଚଢେଇଆଣି ଟି।

ଚଢେଇ ଟି ଖୁସିମନେ ଉଡି ବୁଲୁଥାଏ,

ଏ ଡାଳରୁ ସେଡାଳ ସେଯେ ଖେଦି ଯାଉଥାଏ।

ସେ ଦୁହିଁଙ୍କ ପ୍ରେମ ଦେଖି ମନ ଖୁସି ହୁଏ,

ମଣିଷ ହୋଇ ବି ତାଂକ ଆଗେ ମଥା ନୁଆଁଏ । (3)

ଚିଁଚିଁ ଶବଦ ମୋ କାନରେ ବାଜଲା,

ଯାଇ ଦେଖେ ଚାରିଗୋଟି ଚଢେଇର ପିଲା।

ଦେଖିମନ ନାଚିଗଲା ଅତି ଆନନ୍ଦରେ,

ସବୁଦିନ ଯାଇ ତାଂକୁ ନିଶ୍ଚେ ଦେଖେ ଥରେ ।

ମାଉଁସ ପିଣ୍ଡୁଳା ପରିଛୁଆ ଚାରିଗୋଟି,

କୁନିକୁନି ଥଣ୍ଟ କୁ ଆଁ କରୁଥାନ୍ତି ।(4)

ଚାହୁଁ ଚାହୁଁ ପର ଲାଗିଗଲା ପିଲାଙ୍କର,

ଉଡିବା ଆରମ୍ଭ କଲେ ଏଡାଳୁ ସେଡାଳ।

 ଚଢେଇ ଜଗି ବସିଲେ ଚଢେଇଆଣି ଯାଏ,

କାହୁଁ ଦାନା ଖୋଜି ଆଣି ତାଙ୍କ ମୁଖେ ଦିଏ।

ପାଳି କରି ଦିହେଁ ଦାନା ଖୋଜି ବାକୁ ଯାନ୍ତି,

ଛୁଆମାନଙ୍କୁ କେବେ ଏକା ନ ଛାଡଂତି ।

ଦିହେଁ ମିଶି ଶାବକଂ କ ଯତନ କରଂତି,

ମଣିଷ ଜାତି ଠୁ ତିଳେ ଉଣା ସେ ନୁହଁନ୍ତି ।(5)

ଧୀରେ ଧୀରେ ଛୁଆ ମାନେ ଟିକେ ବଡ ହେଲେ,

ଠୁକୁରୁ ଠୁକୁରୁ ହେଇ ଉଡିବା ଶିଖିଲେ।

ମା ଟି କି ସୁନ୍ଦର ଶାବକଂକ ସେବା କରେ,

ଡେଣା ମେଲି ମେଘ ବରଷାର ରକ୍ଷା କରେ।

ଗୋଡେଗୋଡେ ଜଗିଥାଂତି ସାପ ବିଲେଇଂକୁ,

କାଳେ ଆସି ଖାଇଯିବେ ତାଂକରି ଛୁଆଙ୍କୁ ।(6)

ସେଦିନ ସକାଳୁ ଉଠି ଯାଇ ମୁଁ ଦେଖିଲି,

ଚଢେଇ ବସାଟି ହୋଇ ଯାଇ ଅଛି ଖାଲି।

ପର ଲାଗି ବାରୁ ପିଲେ ଦୂରେ ଉଡିଗଲେ,

ବସା ଆଡେ ଫେରି ଆଉ ନ ଚାହିଁଲେ।(7)

ଶୂନ୍ଯ ବସାକୁ ଚାହିଁ ଦିହେଁ ବସିଥାନ୍ତି,  

ସତେ ଅବା ଛୁଆ ବିରହ ରେ କାନ୍ଦୁ ଛଂତି ।

ଚଢେଇ କଣ କହିଲା ଚଢେଇଆଣି କାନେ!

ବସା ଛାଡି ଚାଲିଗଲେ କେଉଁ ଦୂର ବନେ।

ଜୀବନ ର ସତ୍ଯ ଟାକୁ ଆଜି ମୁଁ ଜାଣିଲି,

ମୋହ ମାୟା ସବୁ ମିଛ ବୋଲି ବୁଝିଗଲି।(8)

 କହିଲି "ବୁଝି ଯା ରେ ହେ ଅବୁଝା ମନ,

ଆସିଛୁ ଏକା,ଯିବୁ ଏକା ଗୋଟେ ଦିନ ।

ସଂସାର ରୁ ରଖିବୁନି କିଛି ଆଶା କେବେ,

ଆନନ୍ଦ ରେ ରହିବୁ ରେ ତୁହି ସିନା ତେବେ।

କର୍ତବ୍ଯ କରିଯା ମନେ ହୋଇ ତୁ ହରଷ?

ନ ହେବୁ ତେବେ ମନ କେବେ ତୁ ନିରାଶ ।(9)


Rate this content
Log in

Similar oriya poem from Abstract