ଅନ୍ତର ବେଦନା
ଅନ୍ତର ବେଦନା
ଜୀବନ ଯନ୍ତ୍ରଣା ଜୁଇର ନିଆଁରେ
ହୃଦୟଟା ଜଳି ଯାଏ
ଦହଗଞ୍ଜ କରି ଏମିତି ମାରେ ସେ
ନା ବେଦନା ସହି ହୁଏ ।
ନା ଓଠ ଖୋଲି କହି ପାରେ କିଛି
ନା ହସି ପାରେ ସିଏ
ମନର ଦୁଃଖକୁ ହୃଦୟରେ ଚାପି
ଆଖି ଲୁହକୁ ସେ ପିଏ ।
ବନ ପୋଡି ଗଲେ ସମସ୍ତେ ଜାଣନ୍ତି
ମନ ପୋଡି ଗଲେ ନୁହେଁ
ଅଜାଗା ଘାଆର ଯନ୍ତ୍ରଣାଟା ବେଶୀ
ନା ତାକୁ ଦେଖେଇ ହୁଏ ।
ହାତରେ ନ ମାରି ଭାତରେ ମାରିଲେ
ବଞ୍ଚିବାଟା କଷ୍ଟ ହୁଏ
ନା ଏଇ କଥା କେ କହି ପାରିବ ନା
ବିଶ୍ବାସ କରିବ କିଏ ।
ଲୋକ ଦେଖାଣିଆ ସେବା କରୁଥିବ
ଭିତରେ ପୂରା ଓଲଟା
ସବୁ ଲୁଟି ନେଇ ଅତ୍ୟାଚାର କରି
କରୁ ଥିବେ ହଟା ହଟା ।
ଖାଇବା ଦାନାକୁ ଛଡେଇ ନେଇଣ
ଓପାସେ ରଖେଉ ଥିବେ
ଯଦି ଘର ଆଡେ ଆସି ଗଲା କିଏ
ଖାଇବାକୁ ବାଢି ଦେବେ ।
ଭୋକ ଓପାସରେ କଷ୍ଟ ପାଉଥିବ
ଖାଉ ଥିବେ ମାଛ ମାଂସ
ତୁମ ଦୁଃଖ କଷ୍ଟ ଅଭାବ ଦେଖି ସେ
ଦିଅନ୍ତି ମୁରୁକି ହସ ।
ନିଜ ଲୋକ ଏଠି ବେଶୀ ଶତ୍ରୁ ହ୍ବନ୍ତି
ମିଛ ବଦଲାମୀ ଦ୍ୟନ୍ତି
ପ୍ରତ୍ୟେକ ସମୟେ ଅପମାନ ଦେଇ
ବେଦନା ବଢେଇ ଥାନ୍ତି ।
ପ୍ରେମର ଅନେକ ବିଫଳ ହେଇଣ
ବେଦନାକୁ ସହୁ ଥାନ୍ତି
ବିରହୀ ପ୍ରେମିକ ପ୍ରେମିକା ସାଜିଣ
ଆଖି ଲୁହ ଢାଳୁ ଥାନ୍ତି ।
ସ୍ୱାମୀ ସ୍ତ୍ରୀ ମଧ୍ୟେ ଥିବା ଦେଦନକୁ
ନା ପ୍ରକାଶ କରି ହୁଏ
ଜଳି ଜଳି ସିଏ ବେଦନା ଜଇରେ
ଦିନକୁ ବିତେଇ ଦିଏ ।
ଆଜିକାଲି ଲୋକେ ବେଦନା ଭରନ୍ତି
ସହନ୍ତି ନି ସୁଖ କା'ର
ଜଳେଇ ଜଳେଇ ଏମିତି ମାରନ୍ତି
ସାଜିଥାନ୍ତି ସ୍ୱାର୍ଥପର ।
ଘର ଢିଙ୍କି ଯେବେ କୁମ୍ଭୀର ହେଇଣ
ଆଘାତକୁ ଦେଉ ଥିବ
ସେମିତି ବେଦନାକୁ ନା କହି ପାରିବ
କାନ୍ଦି କାନ୍ଦି ଦିନ ଯିବ ।
ନାରୀ କପାଳର ସିନ୍ଦୂର ଲିଭିଲେ
ଅସହ୍ୟ ବେଦନା ଦିଏ
ଯଦି କା'ର ସ୍ତ୍ରୀ ଛାଡି ଚାଲି ଯାଏ
ନା ସେ ଦୁଃଖ ସହି ହୁଏ ।
ସ୍ୱାର୍ଥ ପାଇଁ ମିଛେ ଭଲ ପାଉଥିବେ
ଭିତରେ ସେ ଶୋଷୁ ଥିବେ
ସେ ବେଦନାଟା ଏମିତି ହୁଅଇ ନା
କିଛି କହି ପାରୁ ଥିବେ ।