Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shanti Mishra

Abstract

4  

Shanti Mishra

Abstract

ଶୂନ୍ୟ ହାତେ ଦିଅ ନାହିଁ ଫେରାଇ

ଶୂନ୍ୟ ହାତେ ଦିଅ ନାହିଁ ଫେରାଇ

1 min
358



ଆଜିର ଏ ପୂଣ୍ୟ ଦିନେ, ପ୍ରଭୁ ମତେ

ଶୂନ୍ୟ ହାତେ ଦେବ ନାହିଁ ଫେରାଇ l

ସବୁ ବର୍ଷ ପରି ଏ ବର୍ଷ ବି ତୁମ

ଆସିବା ବାଟକୁ ଅଛି ଅନାଇ l ୧ l


ଏ ବର୍ଷ ରଥରେ ଭରି ଆଣି ଆସିବ

ମାଗିଥିବା ସବୁ ମୋ ଉପହାର l

ପଣତ ବିଛାଇ ବସିଛି ଆଶାୟୀ ମନରେ

ନିରାଶ ଯେପରି ପ୍ରଭୁ ନକର l ୨ l


ସୁଖର ତାଲିକା ଠାରୁ ଦୁଃଖର ତାଲିକା

ବଢି ଲମ୍ବା ହୋଇ ଗଲା ପରେ l

ପ୍ରସାରିଲି ହାତ ସେ ବିପୁଳ ଭୁଜ ପାସେ

ଭରସି ପାରିଲି ନାହିଁ କାହାକୁ ଆଉ ବିଶ୍ଵରେ l ୩ l


କିନ୍ତୁ ନା ! ରଥ ଚାଲିଗଲା ତା ବାଟରେ

ମୁଁ ରହିଗଲି କେତେ ପଛରେ l

ଅନାଇଲ ନାହିଁ ବି ପଛକୁ ଥରେ

କିପାଇଁ ଏ ରୋଷ କୁହ ମୋ ଠାରେ l ୪ l


କେଉଁ ଅପରାଧ ଦେଖି ମୋହର

ଖେଦ ଉପୁଜିଲା ଏତେ ମନେ ତୁମର l

ବିଶ୍ଵ ଚାଳକଙ୍କ ପାଶେ ଯଦି ଦବାର ଶକ୍ତି ନଥାନ୍ତା

ଏତେ ଆୟୋଜନ ଆଜି କାହିଁ ହେଉ ଥାନ୍ତା l ୫ l


ହଉ, ଜାଣିଗଲି ଏବେ କି ଅଛି ମନେ ତୁମ

ମୋ ପାଇଁ କେଉଁ ପରି ବିଚାର l

ମାଗି ମାଗି ନିରାଶ ହୋଇ ବାରମ୍ବାର

ହାତେ ପୋଛି ଶୁଖାଉଛି ଲୁହର ଧାର l ୬ l


ଆଉ କାହିଁକି କରିବି ତୁମକୁ ହରବର

ମୁଁ ଛାର ପାମର, ନତ ମସ୍ତକେ ଯୋଡି କର l

ନେଉ ଅଛି ବିଦାୟ ପାଦ ତଳୁ ଏଥର

ଖୁସି ମନେ କର ପାଳନ ରଥ ଯାତ୍ରା ତୁମର l ୭ l




Rate this content
Log in

Similar oriya poem from Abstract