STORYMIRROR

Alaka Nanda

Inspirational

4.5  

Alaka Nanda

Inspirational

ମା ଲୋ

ମା ଲୋ

1 min
272

ମା ଶୈଳପୁତ୍ରୀ ଦିଅ ଶକ୍ତି ମନୁ ଦ୍ବେଷ ତେଜିବାକୁ,

ବ୍ରହ୍ମଚାରିଣୀ ମା ,ସାହସ ଦିଅ ସତ୍ ଚରିତ୍ରା ରହିବାକୁ।

ହେ ମା ଚନ୍ଦ୍ରଘଣ୍ଟା ମୋ ହୀନ ଭାବନାକୁ ଦୁର କର,

ହେ ମା କୁଷ୍ମାଣ୍ଡ, କ୍ଷମା ଗୁଣ ମୋ ମନ ରେ ଭର।

ସ୍କନ୍ଦମାତା, ଉଠାଅ ମୋ ମନେ ପ୍ରେମର ଜୁଆର,

କାତ୍ୟାୟନୀ ଦୁର କର କ୍ଷୋଭ ମନୁ ମୋର।

କାଳରାତ୍ରୀ,ପାପ ସବୁ ମୋ'ଠୁ ହରି ନିଅ,

ମହାଗୌରୀ, ଭୟ ହରି ସାହସ ଭରି ଦିଅ।

ସିଦ୍ଧିଦାତ୍ରୀ, ଶକ୍ତି ଦେଇ ସିଦ୍ଧ କର ଏଇ ମନ,

ସିଂହ ବାହିନୀ ମା, ତୁମ ଠୁ ସାଧନା ଶିଖୁ ମୋର ପ୍ରାଣ।

କରେ ମୁଁ ନିଷ୍କାମ ସେବା ମା, ତୋର ସବୁ ବେଳେ,

ଏ ଶ୍ରଦ୍ଧା ଓ ବିଶ୍ବାସ ଥାଉ ତୋର ପାଦ ତଳେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational