ବେମାରି
ବେମାରି


ବେମାରି
ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)
ବେମାରି ଶବ୍ଦଟି ଅତି ଭାରୀ
ବିନା ଡାକରାରେ କୁଣିଆ ସବୁରି
ଉପଚାର ଅତି ଜରୁରୀ ।
ଗ୍ୟାସ୍ : କରୁଛି ଦେହର ସତ୍ୟାନାଶ
କରିପାରେନା କଥା ବି ପ୍ରକାଶ,
ଛାତି ପେଟ ମାରୁଛି ଘଡ଼ିକୁ ଘଡ଼ି
ରୋଗୀଟି ଛାଡୁଛି ମରିଗଲି ରଡ଼ି ।
ଜର : କରିଦେଉଛି ଥରହର
ମନେପଡୁନାହିଁ ଆଉ ଘର ।
କ୍ୟାନ୍ସର : ଅସର ଅତି ଭୟଙ୍କର
ଔଷଧ ସବୁ ବେଅସର,
ଉପଚାର କରୁଛି ଡେଲୀ
ଘର ହେଇଯାଉଛି ଖାଲି ।
ଡିସେଣ୍ଟ୍ରି : ସାଲାଇନ୍-ର ଚାଲୁଛି ନଳ
କାମ କରୁନାହିଁ ଆଉ କଳ
ଦେଖାଯାଉଛି କାଣ୍ଡନଳ ।
ହାଡ଼ଭଙ୍ଗା : ଭାଙ୍ଗିଗଲା ଯଦି ହାଡ଼
ସରିଯାଏ ସବୁ କାଢ଼ ।
ହିମୋଗ୍ଲୋବିନ୍ : ହୋଇଗଲା ଯଦି କମ୍
ଆଉ ପାଏନାହିଁ ଦେହର ଦମ୍
ଝାଳ ବୁହେ ଗମ୍ ଗମ୍ ।
ହାର୍ଟ ଆଟାକ୍ : ଯଦି କଲା ଆଟାକ୍
ଉପଚାର ସବୁ ଫଟାକ୍ ।
ଅନ୍ଧାରକଣା : ଆଖି ହୋଇଗଲେ ବଣା
ଦେଖାଯାଏ ନାହିଁ ବାଟରେ ରଣା ।
ଦାନ୍ତ : ଏଥିରେ ଧରିଲେ ଟ୍ରବୁଲ୍
ସବୁ ଲାଗେ କୁଲ୍ କୁ
ଲ୍ ।
ବ୍ଲଡପ୍ରେସର୍ : ଏହାର ବଡ଼ ଅସର
ହୋଇଯାଏ ଅଣ୍ଡର୍-ପ୍ରେସର୍ ।
ସୁଗାର୍ : ସବୁଠାରୁ ବଡ଼ ଜହର
ବ୍ୟାପିଛି ଘରକୁ ଘର,
ରଜା ହେଉ ବା ରଙ୍କ
ସମସ୍ତଙ୍କୁ ମାଡ଼ିଛି ତା ଡଙ୍କ ।
ସରକାରୀ ଟିକା : ପିଲାଙ୍କର ସ୍ୱାସ୍ଥ୍ୟର ଠିକା
ଏଥିରେ ଏବେ ବଡ଼ ଧୋକା ।
ଏଡ୍ସ : ଶେଷରେ ହୁଏ ଟ୍ରେସ୍
ଘରର ଦିଏନାହିଁ ଆଡ୍ରେସ୍ ।
ଶିର : ଦବିଯାଏ ଯଦି ଶିର
ଜୀବନ ହୋଇଯାଏ ଅସ୍ଥିର ।
ପାରାଲିସିସ୍ : ଫେଲ୍ ମାରେ ମେଡିକାଲ୍ ସାଇନ୍ସ
ବେଣ୍ଡ୍ ହୋଇଯାଏ ଚେସିସ୍ ।
ପାଗଳାମି : ଭୁଲିଯାଏ ଭଦ୍ରାମି
ମେଣ୍ଟାଲିଟୀ ଅକାମି ।
ମାନସିକ ରୋଗ : ଜଞ୍ଜାଳରୁ ଆରମ୍ଭ ଷ୍ଟୋରୀ
କେଉଁ ପାଠରେ ନାହିଁ ଏହି ଥିଓରୀ ।
ଶରୀରଟା ରୋଗର ଘର
ରଜା-ପ୍ରଜାର ନାହିଁ ବାଛବିଚାର
ଘର ହୋଇଯାଏ ଘୋରି
ବିନା ଚୋରିରେ ଟଙ୍କା ଯାଏ ସରି
ପ୍ରଭାତେ ଭ୍ରମଣ, ଯୋଗ, ସନ୍ତୁଳିତ ଆହାର
ତେବେ କମିଯିବ ଏହାର ହାର
ଭଜ ଏବେ ଗୋଟାଏ ନାମ ‘ଶ୍ରୀହରି’
ନହେଉ କାହାକୁ ବେମାରି ।
ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪
ଫୋନ୍ : ୯୪୩୭୦୨୦୬୧୮
*****