STORYMIRROR

Lata Behera

Abstract

4  

Lata Behera

Abstract

ଶାଢୀ

ଶାଢୀ

2 mins
362


କି ସୁନ୍ଦର ଆମ ଓଡିଆ ଚଳଣୀ

    ଓଡିଆର ପରମ୍ପରା 

ବାରମାସେ ତେର ପରବକୁ ନାରୀ

   ପାଳେ ଏଇ ବସୁନ୍ଧରା ।


ପ୍ରତ୍ୟେକ ପର୍ବରେ ଶାଢୀ ସିଏ ପିନ୍ଧେ

     ମଥାରେ ନାଏ ସିନ୍ଦୂର 

ମଥାରେ ଓଢଣୀ ଦେଇ ସିଏ ସତେ

     ଦିଶୁ ଥାଏ କି ସୁନ୍ଦର ।


ଓଡିଆ ଘରର ବୋହୁଟିଏ ଯେବେ 

     ଶାଢୀ ପିନ୍ଧି ଆସି ଥାଏ

ଚୁପି ଚୁପି ଚାଲି ଥିରି ଥିରି କଥା

    କହି ମନ ମୋହି ନିଏ ।


ମଥାରେ ଓଢଣୀ ପାଦରେ ଅଳତା

     ହାତେ ନାଲି ଶଙ୍ଖା ଥାଏ 

ନାଲି ପାଟ ଶାଢୀ ପିନ୍ଧି ସାଜି ଥାଏ

     ସାଧବ ବୋହୁଟି ସିଏ ।


ବାଡୁଅ ପାଣିରେ ଗାଧୋଇବା ବେଳେ

      ଶାଢୀ ହୁଏ ଦରକାର

ନିର୍ବନ୍ଧରେ ଶାଶୁଘର ଶାଢୀ ପିନ୍ଧି 

     କରଇ ସିଏ ଜୁହାର ।


ବିବାହ ବେଦୀରେ ଶାଢୀ ଦରକାର

     ତାକୁ ବା ରୋକିବ କିଏ

ବଉଳ ପାଟକୁ ଦେହର ପିନ୍ଧିଣ

     ମଙ୍ଗୁଳୁତି ସିଏ ଖାଏ ।


ଲେଉଟୁ ପାଉଟୁ ଯେବେ ହେଇଥାଏ

    ଶାଢୀ ପିନ୍ଧି ଥାଏ ସିଏ

ବନ୍ଦାପନା କରି ଘରକୁ ନିଅନ୍ତି 

    ମଥାରେ ଓଢଣୀ ଥାଏ  ।


ଘର କୁଳବଧୂ ଶାଢୀକୁ ପିନ୍ଧିଣ

     ଦେଇଥାଏ ସଞ୍ଜବତୀ

ଶାଢୀ ସାଥେ ଶଙ୍ଖା ସିନ୍ଦୂର ନାଇଲେ

    ଦୀର୍ଘାୟୁଷ ହୁଏ ପତି ।


ଶାଢୀରେ ନାରୀଟି ଦିଶଇ ସୁନ୍ଦର 

    ଆଖି ଲାଖି ଯାଇଥାଏ 

ଆଜିକାଲି ନାରୀ ଶାଢିକୁ ଛାଡିଣ

     ଜିନସ୍ କୁ ଖୋଜୁ ଥାଏ ।


କିଏ ଶାଲୁୱାର କିଏ ଚୁଡିଦାର 

    କିଏ ଲେହେଙ୍ଗା ପିନ୍ଧଇ 

ଅଂହକାର ବଶେ ଗାରିମା ଦେଖାଇ

    ଫୁଟାଣୀ କେ ମାରୁ ଥାଇ ।


ଚୁଡି ଖୋଲି ଦିଏ ବିନ୍ଦି ସେ ଲଗାଏ

    ମାରୁଥାଏ ପଇଁତରା

କେତେ ଟୋକାଙ୍କୁ ସେ ବାଇଆ କରଇ

    ଆଖିରେ ମାରି ଇଶାରି ।


ଆଜିକାଲି ନାରୀ ବେଶ ଭୂଷା ଦେଖି

    ମନେ ପ୍ରଶ୍ନ ଆସିଯାଏ

ବାହା ହେଇଛି କି ଅଭିଆଡି ଅଛି

    ନା କିଛି ଜାଣି ହୁଏ ।


ଓଡିଆ ସଂସ୍କୃତି ଭିତରେ ତ ଏବେ 

   ପଶେ ପଶ୍ଚାତ୍ ସଭ୍ୟତା

ନାରୀମାନେ ନିଜେ ବୁଝି ପାରନ୍ତି ନି

    ବଧୂ କି ବା ସେ ଦୁହିତା ।


ମାଗି ଆଣିଥାଏ ତରକାରୀ ଯିଏ

    ସିଏ ସୁଢୁକେ ତ ହୁଏ

ନିଜସ୍ୱର କୃତୀ ଚିରଦିନ ପାଇଁ 

   ଉଦ୍ଭାସିତ ହେଇଥାଏ ।


ନାରୀ ମନଙ୍କୁ ଯେ ଦେବୀଙ୍କ ସହିତ

    ତୁଳନା କରାଯାଇଛି

କେଉଁ ଦେବୀ ଶାଢୀ ବ୍ୟତୀତ ଅଲଗା

   ପିନ୍ଦିବୃର କେ ଦେଖିଛି ।


ବନବାସ କାଳେ ଦେବୀ ଅନସ୍ୱୁୟା 

    ସୀତାଙ୍କୁ ବସ୍ତ୍ର ସେ ଦେଲେ

ସେ ଅମ୍ଳାନ ବସ୍ତ୍ର ଜାନକୀ ଦେହରେ

    ସେମିତି ପିନ୍ଧିଣ ଥିଲେ ।


କୁରୁସଭା ତଳେ ଦ୍ରୌପଦୀଙ୍କୁ କୃଷ୍ଣ 

    କୋଟି ବସ୍ତ୍ର ଦେଇଥିଲେ

ଚାରି ଯୁଗେ ଶାଢୀ ମହତ୍ତ୍ୱ ରହିଛି

    ଦୃଷ୍ଟି ଦେଇ ଦେଖ ଭଲେ ।


ଶୁଭ କାର୍ଯ୍ୟ ଯେବେ କରା ଯାଇଥାଏ

    ଶାଢୀ ଆବଶ୍ୟକ ହୁଏ

ଜୀବନର ଶେଷ ଯାତ୍ରା ବିଦାୟରେ

    ଶାଢୀ ଖୋଜା ଯାଇଥାଏ ।


ଶାଢୀ ବ୍ୟବସାୟ କରି ଆଜିକାଲି 

   ପୋଷୁଛନ୍ତି ପରିବାର 

ଶାଢୀର ମାନ୍ୟତା ରହିଛି ରହିବ

   ଥିବ ଏ ଯୁଗ ଯୁଗର ।


Rate this content
Log in

Similar oriya poem from Abstract