STORYMIRROR

ABADHOOT PANDA

Abstract Others

4  

ABADHOOT PANDA

Abstract Others

ସ୍ବର୍ଗୀୟ ନାରୀ

ସ୍ବର୍ଗୀୟ ନାରୀ

2 mins
187


ଜାଗତିକ କ୍ରମବିକାଶ ନାରୀର ଶରୀର ମନକୁ କରିଛି

ଏପରି ମାର୍ଜିତ ଯେ କି ପୁରୁଷ ଅପେକ୍ଷା ସେ ମହତ୍ତର

ତଥା ଉନ୍ନତତର ଗୁଣରେ ଭୂଷିତା ଏକ ଗଭୀର ତର

ପ୍ରେମଶୀଳା ମନୋଭାବ ବୋଳା ମୁକୁଟ ନିଜ ଶିରେ

ପରିଧାନ ପୂର୍ବକ ଜୀବନ ଧାରଣ ପ୍ରକ୍ରିୟାକୁ ମଜଭୁତ

କରିଚାଲିଛି ଗୋଟିଏ କୃତଜ୍ଞତା ମୂଳକ ପରିବେଶ ସୃଷ୍ଟି

କରି ଏଇ ସୌନ୍ଦର୍ଯ୍ୟପୂର୍ଣ୍ଣ ଧରା ପୃଷ୍ଠରେ ।


ନାରୀ ହୃଦୟରେ ହୁଏ ସଦା ପ୍ରବାହିତ ଐଶ୍ଵରିକ ଭାବର

ଶାଶ୍ୱତ ଫଲ୍ଗୁଧାରା ସ୍ୱତଃସ୍ପୁର୍ତ୍ତ, ନଥାଏ ଯେଉଁଥିରେ ତିଳେ

ମାତ୍ର ପାଶବିକ ହିଂସାପୂର୍ଣ୍ଣ ମନୋଭାବ ବରଂ ସୁଲଭ୍ୟ ହୁଏ

ତା'ର କାୟମନବାକ୍ୟରେ ସଦା ବିରାଜିତ ପ୍ରେମ,ଯତ୍ନ,

ସମ୍ବେଦନଶୀଳତା, ଅସୀମ ଧୈର୍ଯ୍ୟ ଆଦି ମାନବୀୟ ଗୁଣ

ରାଜି ଯାହା ମାନ ରକ୍ଷା କରେ ସଦା କ୍ରମ ବିବର୍ତ୍ତନ ବାଦର ।


କ୍ରମବିକାଶ ତାହାର କମନୀୟ କଳେବରକୁ ଆବୃତ କରିଛି

ଏକ ସୁରୁଚିପୂର୍ଣ୍ଣ ଓ ଶୋଭନୀୟ ବସ୍ତ୍ରଭୂଷଣରେ, ଆଉ ବି ତା

ଉନ୍ନତ ଶିରେ ଦେଇଛି ପିନ୍ଧାଇ ଏକ ବିଜୟ ମୁକୁଟ ନୂଆରୂପେ

ତାକୁ ପ୍ରତିଷ୍ଠିତ କରିଛି ଏକ ଜୀବନ୍ତ ଦେବୀ ପ୍ରତିମା ସଦୃଶ

ଯେଉଁଥିରେ ବିଦ୍ୟମାନ ମାନବୀୟ ଓ ନୈଶ୍ଵର୍ଗିକ ଆବେଗର

ଅପୂର୍ବ ସମିଶ୍ରଣ, ପରିଶେଷେ ସାକାର ଜନ୍ମଦାତ୍ରୀରୂପେ ଗଢ଼ିଛି

ତାକୁ ବିବର୍ତ୍ତନବାଦ ଦେଇ ସୁଦୃଢ଼ ସ୍ୱୀକୃତି ମାନବ ଜାତିର ।


କେମିତି ଜଣେ ପୁରୁଷ ଦିଏ ଅନୁମତି ତାହାର ପଶୁତ୍ୱକୁ

କରଣାର୍ଥେ ଶାସନ ନିଜକୁ ଆଶରି କାମିନୀ କାଞ୍ଚନ ମାନଦଣ୍ଡକୁ

କାହିଁକି ଜଣେ ପୁରୁଷ ସ୍ୱୀକାର କରେ ନିଜ ପରାଜୟ ଅତି

ସହଜରେ ପୋଷି ଥିବା ନିଜସ୍ୱ ପାଶବିକପ୍ରବୃତ୍ତି ଆଗରେ ?

କାହିଁକି ଅବା ଜଣେ ପୁରୁଷ ନିଜ ପ୍ରବୃତ୍ତିର ରହି ଦାସ କରିଥାଏ

ବ୍ୟବହାର ଏକ ଉନ୍ମାଦଗ୍ରସ୍ତ ବନ୍ୟପଶୁ ପରି ଭଲମନ୍ଦ ନବିଚାରି?

କାହିଁକି ଜଣେ ପୁରୁଷ ଦେଇ ପ୍ରଶୟ ନିଜର ପାଶବିକ ନାରାଧମ

ପ୍ରବୃତ୍ତିକୁ କରିଚାଲେ ଉତ୍ପୀଡ଼ନ ଆଉ ବଳାତ୍କାର ଭଗ୍ନୀ, ମାତା ଓ

ଶିଶୁ କନ୍ୟାଗଣଙ୍କୁ ପିଶାଚସଦୃଶ ନକରି କେବେ ବାଛ ବିଚାର ?


ଆସିଛି ଅଧୁନା ଏକ ସୁବର୍ଣ୍ଣ ସୁଯୋଗ ଉନ୍ନୀତ କରିବାକୁ ନିଜର

ମାନସିକତା ସମଗ୍ର ବିଶ୍ୱଜାତିଭୁକ୍ତ ପୁରୁଷସମାଜ ନିମିତ୍ତ ତଥା

ଉଠିଯିବା ପାଇଁ ମାନବୀୟ ହିଂସା କର୍ମ ତଥା ଅନ୍ୟକୁ ଦୁଃଖଦ

ମାନସିକ ଯନ୍ତ୍ରଣାର ପରିସରର ବହୁତ ଉର୍ଦ୍ଧ୍ୱକୁ ନଲଭି ବିଷାଦ

ଉଠିବ ନିଶ୍ଚୟ ପୁରୁଷ ଆଜିର ତାର ଅନ୍ଧରାଷ୍ଟ୍ରୀୟତାବାଦ ଚିନ୍ତା

ଧାରା ଯୁକ୍ତ ପରିସରରୁ ଅନେକ ଉର୍ଦ୍ଧ୍ଵ ସୋପାନକୁ କରି ଅନୁଚିନ୍ତା ।

ଅବଶ୍ୟ ତାର ଘୁଣ୍ୟ ପଶୁତ୍ୱ କ୍ରମବିବର୍ତ୍ତନ ସ୍ରୋତରେ ପରିବର୍ତ୍ତିତ

ହେବ ଦିନେ ଏକ ପୁଣ୍ୟ ଦେବତ୍ବ ଯୁକ୍ତ ମାନବୀୟ ପ୍ରାଣୀ ରୂପରେ ।

              


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract